ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ବଜେଟ୍ ୨୦୨୫-୨୬ରେ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ କୃତଜ୍ଞତା ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ୍ସ ଯୋଗେ ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେ ହାସଟ୍ୟାଗ୍ ଦେଇ ଲେଖିଛନ୍ତି ଯେ, ବିକଶିତ ଭାରତ ବଜେଟ୍-୨୦୨୫ । ଏହାଦ୍ବାରା ନାଗରିକମାନେ ସଶକ୍ତ ହେବେ ଏବଂ ଅର୍ଥନୀତିକୁ ସମୃଦ୍ଧ କରିବ ।
A heartfelt thank you to Hon'ble PM Shri @narendramodi Ji and Hon'ble Finance Minister @nsitharaman ji for this transformative initiative of Zero Income Tax till ₹12 Lakh under the New Tax Regime.
This visionary step empowers citizens, strengthens the economy, and paves the… pic.twitter.com/0GOR8xhDy2
— Mohan Charan Majhi (@MohanMOdisha) February 1, 2025
ସୂଚନାଯୋଗ୍ୟ, ୨୦୨୫-୨୬ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକରଦାତାଙ୍କୁ ବଡ ଉପହାର ଦେଇଛନ୍ତି । ୧୨ ଲକ୍ଷ ଯାଏଁ ଆୟକର ଛାଡ ହୋଇଛି । ଅର୍ଥାତ ୧୨ ଲକ୍ଷ ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ କୌଣସି ଟ୍ୟାକ୍ସ ଦେବାକୁ ପଡିବ ନାହିଁ । ବଜେଟରେ ଏହି ଘୋଷଣା ପରେ ମଧ୍ୟବିତଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।
ଏହା ସହିତ ଆସନ୍ତା ସପ୍ତାହରେ ନୂଆ ଆୟକର ବିଲ୍ ଆସିବ ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।
Comments are closed.