Latest Odisha News

BREAKING NEWS

ବାସଭବନରେ ଦିବ୍ୟାଙ୍ଗ ମାନଙ୍କୁ ସମ୍ବର୍ଦ୍ଧିତ କଲେ ଓ ସମସ୍ୟା ଶୁଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କ ବାସଭବନରେ ଦିବ୍ୟାଙ୍ଗମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ସମସ୍ୟା ଶୁଣିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏଭଳି ସହୃଦୟତାପୂର୍ଣ୍ଣ ବ୍ୟବହାରରେ ଭାବପ୍ରବଣ ହୋଇଯାଇଥିଲେ ସମସ୍ତେ ।

ଖବର ମୁତାବକ, ଆଜି ସକାଳେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ କିଛି ଲୋକ ସେମାନଙ୍କ ଅଭିଯୋଗ ନେଇ ଆସିଥିଲେ । ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ଅଭିଯୋଗ ଶୁଣିଥିଲେ । ଅଭିଯୋଗକାରୀଙ୍କ ମଧ୍ୟରେ କେତେ ଜଣ ଦିବ୍ୟାଙ୍ଗ ମଧ୍ୟ ଆସିଥିଲେ । ଏହି ଅବସରରେ ଦିବ୍ୟାଙ୍ଗମାନେ ତାଙ୍କ ଘରକୁ ଆସିଥିବାରୁ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଥମେ ସମ୍ବର୍ଦ୍ଧିତ କରିଥିଲେ ଓ ପରେ ସେମାନଙ୍କ ସମସ୍ୟା ଶୁଣିଥିଲେ ।

ସେମାନଙ୍କ ମଧ୍ୟରେ ଥିଲେ କଟକ ବାଉଁଶଗଳିର ଦିବ୍ୟାଙ୍ଗ ଶେଖ୍ ରେହେମାନ । ସେ ଭୁବନେଶ୍ବରରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଏକ ତିନି-ଚକିଆ ସାଇକେଲରେ ଯାତ୍ରା ଆରମ୍ଭ କରୁଛନ୍ତି । ସେ ଆସିଥିଲେ ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଶୁଭେଚ୍ଛା ପାଇ ତାଙ୍କର ଯାତ୍ରା ଆରମ୍ଭ କରିବାକୁ । ମୁଖ୍ୟମନ୍ତ୍ରୀ ତାଙ୍କର ଯାତ୍ରା ପାଇଁ ଶୁଭକାମନା ଜଣାଇଥିଲେ ।

Leave A Reply

Your email address will not be published.