Latest Odisha News

BREAKING NEWS

ଶିମିଳିପାଳ ବାବଦରେ ଜାଣିବାକୁ ବହି କିଣିଲେ ନବୀନ!

ଭୁବନେଶ୍ବର: ବୁକ୍ ଷ୍ଟୋରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୀର୍ଘ ଦିନ ଧରି ନିର୍ବାଚନ ପ୍ରଚାରର ବ୍ୟସ୍ତତାରୁ ଫୁରସତ୍ ପାଇବା ପରେ ଆଜି ସନ୍ଧ୍ୟା ସାତଟା ସମୟରେ ମାଷ୍ଟରକ୍ୟାଣ୍ଟିନ ସ୍ଥିତ ମଡର୍ଣ୍ଣ ବୁକ୍ ଡିପୋରେ ପହଞ୍ଚି ବହି କିଣିଛନ୍ତି ନବୀନ । ଏହି ସମୟରେ ତାଙ୍କ ସାଙ୍ଗରେ ଥିଲେ ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନ ।

ତେବେ ବୁକ ଷ୍ଟଲ୍ ରୁ ମୁଖ୍ୟମନ୍ତ୍ରୀ ଦୁଇଟି ବହି କିଣିଥିଲେ । ସେଥିମଧ୍ୟରୁ ଗୋଟିଏ ଦେବବ୍ରତ ସ୍ବାଇଁଙ୍କ ଦ୍ବାରା ରଚିତ ସିକ୍ରେଟ୍ସ ଅଫ୍ ଶିମିଳିପାଳ ଏବଂ ଅନ୍ୟଟି ଚାର୍ଲ୍ସ ଆଲେନଙ୍କ ଲିଖିତ ପୁସ୍ତକ ଆରିୟନ୍ସ । ଅନେକ ସମୟରେ ମୁଖ୍ୟମନ୍ତ୍ରୀ ବହି ଧରି ପଢୁଥିବା ର ଭିଡିଓ ଦେଖିବାକୁ ମିଳିଥାଏ । ତେଣୁ ନିର୍ବାଚନ ପ୍ରଚାର ସରିଥିବାବେଳେ ଏବେ ଖାଲି ସମୟରେ ରିଲାକ୍ସ ପାଇଁ ବହି ପଢିବାକୁ ମନ ବଳାଇଛନ୍ତି ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ ଯେ, ଖାଲି ବହି ପଢନ୍ତି ତା ନୁହେଁ ସେ ଅନେକ ବହି ଲେଖିଛନ୍ତି ମଧ୍ୟ । ସେଗୁଡିକ ହେଲା ଦ ଗାର୍ଡନ ଅଫ ଲାଇଫ, ଏ ସେକଣ୍ଡ ପାରାଡାଇଜ ଓ ଏ ଡେଜର୍ଟ କିଙ୍ଗଡମ ତାଙ୍ଗ ଦ୍ବାରା ଲିଖିତ । ତେବେ ବହି କିଣିବା ସହ ସେଠାରେ ଉପସ୍ଥିତ ଲୋକଙ୍କ ସହ କଥା ହୋଇଥିଲେ ଓ ପିଲାଙ୍କ ସହ ସେଲଫି ନେଇଥିଲେ ନବୀନ । ଏହା ପରେ ସେ ନବୀନ ନିବାସକୁ ଫେରିଯାଇଥିଲେ ।

ଆସନ୍ତାକାଲି ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ୬ ଟି ଲୋକସଭା ଆସନରେ ଭୋଟ ପଡିବ ସେଥିମଧ୍ୟରେ ମୟୂରଭଞ୍ଜ ରହିଛି ।

Leave A Reply

Your email address will not be published.