Latest Odisha News

BREAKING NEWS

କ୍ଷୁଧାର୍ତ୍ତ ଓଡ଼ିଶା କେମିତି ଯୋଗାଉଛି ଖାଦ୍ୟ ? ରୋମରେ କହିଲେ ନବୀନ, ଶୁଣିଲା ବିଶ୍ୱ

ଭୁବନେଶ୍ୱର: ବିଦେଶ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତିସଂଘ ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ୍ ହୋଇଛନ୍ତି । କେମିତି ରାଜ୍ୟରେ ଜୀବନଜୀବିକା ସହ ଖାଦ୍ୟ ଆଇନ୍ ସୁରକ୍ଷା ଦିଗରେ ସରକାର ସଫଳତା ପାଇଛନ୍ତି ବଖାଣିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ କେହି ଯେମିତି ଭୋକିଲା ରହିବେ ନାହିଁ ସେନେି ଆଲୋଚନା କରିଛନ୍ତି ନବୀନ ।

BjdElectrycity

ନବୀନ କହିଛନ୍ତି, ବିଗତ ୨ ଦଶନ୍ଧି ମଧ୍ୟରେ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ରାଜ୍ୟରେ ବିଶେଷ ପରିବର୍ତ୍ତନ ଆସିଛି । ଖାଦ୍ୟ ସୁରକ୍ଷା, ଜୀବନଜୀବିକା, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଆଗୁଆ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । WFPର କାର୍ଯ୍ୟକାରୀ ନିର୍ଦ୍ଦେଶକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ୱାଗତ କରିଥିଲେ । ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ଉତ୍ପାଦନ ଏବଂ ଖାଦ୍ୟ ସୁରକ୍ଷା ଦିଗରେ ଓଡ଼ିଶା ସରକାରଙ୍କ କାର୍ଯ୍ୟକୁ ପ୍ରଂଶସା କରିଥିଲେ ।

ଓଡ଼ିଶାର ସଫଳତାର କାହାଣୀ ଅନ୍ୟ ଦେଶ ପାଇଁ ଶିକ୍ଷଣୀୟ ବୋଲି କହିଥିଲେ । ଏଥିସହ ଓଡ଼ିଶା ସରକାର ଓ WFP ମିଳିତ ଭାବେ ଏହି ଶିକ୍ଷାକୁ ବୈଶ୍ୱିକ ଟ୍ରେନିଂ ପ୍ଲାଟଫର୍ମରେ ପରିଣତ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ WFPକୁ ଧନ୍ୟବାଦ ଜଣାଇଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ 5T ଭିକେ ପାଣ୍ଡିଆନ୍, ପ୍ରମୁଖ ଶାସନ ସତିବ ଖାଦ୍ୟ ଓ ଯୋଗାଣ ଭିଭି ଯାଦବ ଉପସ୍ଥିତ ଥିଲେ । ଓଡ଼ିଶା ସରକାର ଓ WFP ମଧ୍ୟରେ ୨୦୨୧ରେ ୬ଟି ଚୁକ୍ତିନାମା ହୋଇଥିଲା । ଯେଉଁଥିରେ ସାଧାରଣ ବଣ୍ଟନ ବ୍ୟବସ୍ଥା ଓ ଧାନ ସଂଗ୍ରହ ବ୍ୟବସ୍ଥା ସାମିଲ୍ ।

Leave A Reply

Your email address will not be published.