Latest Odisha News

BREAKING NEWS

ମଙ୍କିପକ୍ସକୁ ମହାମାରୀ ଘୋଷଣା କଲା ଡବ୍ଲ୍ୟୁଏଚଏନ

ନୂଆଦିଲ୍ଲୀ: ମଙ୍କିପକ୍ସକୁ ୱାର୍ଲ୍ଡ ହେଲଥ ସ୍ୱାସ୍ଥ୍ୟ ନେଟୱର୍କ ମହାମାରୀ ବୋଲି ଘୋଷଣା କରିଛି । ଡବ୍ଲ୍ୟୁଏଚଏନ ଦ୍ୱାରା ଜାରୀ କରାଯାଇଥିବା ତଥ୍ୟ ଅନୁସାରେ ୫୮ ଦେଶର ୩୪୧୭ଟି ମାମଲା ଚିହ୍ନଟ ହୋଇସାରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏ ନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଡବ୍ଲ୍ୟୁଏଚଏନ ପକ୍ଷରୁ ସିପାରିଶ କରାଯାଇଛି । ଯଦି ସାରା ବିଶ୍ୱ ଏକତ୍ର ନ ହେବେ ତାହାହେଲେ ଆଗକୁ ସମସ୍ୟା ବଢ଼ିବ । ଏହାର ମୃତ୍ୟୁ ହାର କମ ଥିଲେ ମଧ୍ୟ ଏଥିରେ ଆକ୍ରାନ୍ତ ହେଲେ ଅନ୍ଧ ଓ ବିକଳାଙ୍ଗ ହୋଇଯିବାର ଭୟ ଅଧିକ ରହିଛି । କରୋନା ମହାମାରୀ ପରେ ମଙ୍କିପକ୍ସ ଧିରେ ଧିରେ ଆତଙ୍କ ଖେଳାଇବାରେ ଲାଗିଛି ।

ବିଭିନ୍ନ ଉଦ୍ୟମ ସତ୍ୱେ ଏହା ବ୍ୟାପିବାରେ ଲାଗିଛି । ଏ ନେଇ ଡବ୍ଲ୍ୟୁଏଚଓ ବୈଠକ ଡକାଇଛି । ସୂଚନାଯୋଗ୍ୟ, ଭାରତରେ ଏହାର ମାମଲା ବହୁତ କମ ରହିଛି । ତଥାପି ସତର୍କ ରହିବା ପାଇଁ ସ୍ୱାସ୍ଥ୍ୟ ବିଷେଜ୍ଞମାନେ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.