ଭୁବନେଶ୍ବର:ଆଜି ଅପରାହ୍ଣ ୧ଟା ୩୦ରେ ବେଙ୍ଗାଲୁର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୮ ତାରିଖରେ ଓଡ଼ିଶା ପୁଞ୍ଜିନିବେଶ ସମ୍ମିଳନୀ ବେଙ୍ଗାଲୁରରେ ଆୟୋଜନ ହେବ । ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ଏବଂ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଯିବେ ବୋଲି ଜଣାପଡିଛି । ଦୁବାଇ, ଦିଲ୍ଲୀ, ମୁମ୍ବାଇ ପରେ ବେଙ୍ଗାଲୁରରେ ପୁଞ୍ଜିନିବେଶ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶିଳ୍ପପତିମାନଙ୍କୁ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଲୋଚନା କରିବେ ।
ଓଡ଼ିଶାକୁ ପୂର୍ବ ଭାରତର ଶିଳ୍ପାୟନ କେନ୍ଦ୍ରରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁବାଇ, ନୂଆଦିଲ୍ଲୀ ଓ ମୁମ୍ବାଇରେ ଆୟୋଜିତ 'ଓଡ଼ିଶା ନିବେଶକ ସମ୍ମିଳନୀ' ସଫଳ ହୋଇଛି। ରାଜ୍ୟର ଦକ୍ଷ ଶିଳ୍ପ ନୀତି ଏବଂ ନିବେଶ ଅନୁକୂଳ ବାତାବରଣ ନିବେଶକଙ୍କୁ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ଆକୃଷ୍ଟ କରୁଛି।#InvestInOdisha pic.twitter.com/lVhGW3Tt6E
— CMO Odisha (@CMO_Odisha) September 25, 2022
ତିନି ଦିନିଆ ବେଙ୍ଗାଲୁରୁ ଗସ୍ତରେ ମୁଖ୍ୟମନ୍ତ୍ରୀ ଶିଳ୍ପ ଜଗତର ଅନେକ ଶିଳ୍ପପତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ସେମାନଙ୍କୁ ଆମନ୍ତ୍ରଣ କରିବେ ମୁଖ୍ୟମନ୍ତ୍ରୀ । ଏଥିସହ ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏ ହେବାକୁ ଥିବା ମେକ୍ ଇନ ଓଡ଼ିଶା ସମ୍ମିଳନୀରେ ଯୋଗ ଦେବାକୁ ନିମନ୍ତ୍ରଣ ଦେବେ । ପୂର୍ବରୁ ଆୟୋଜିତ ଓଡ଼ିଶା ପୁଞ୍ଜିନିବେଶ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଅନେକ ଶିଳ୍ପପତିଙ୍କୁ ଭେଟିଛନ୍ତି । ଦୁବାଇ, ଦିଲ୍ଲୀ ଓ ମୁମ୍ବାଇରେ ଅନେକ ପୁଞ୍ଜି ନିବେଶକାରୀଙ୍କୁ ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ଆଗ୍ରହୀ ଥିବା ଆଲୋଚନା ବେଳେ ପ୍ରକାଶ କରିଛନ୍ତି ।
Comments are closed.