Latest Odisha News

BREAKING NEWS

ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ସକାଳ ୧୦ଟା ୧୫ ମିନିଟ୍‌ରେ ଦିଲ୍ଲୀ ଅଭିମୁଖେ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଧ୍ୟାହ୍ନ ୧୨ଟା ୧୫ ମିନିଟ୍‌ରେ ଦିଲ୍ଲୀରେ ପହଞ୍ଚି ସଂଧ୍ୟା ୫ଟାରେ ରାଷ୍ଟ୍ରପତି ଭବନ କଲ୍‌ଚରାଲ ସେଣ୍ଟରରେ G20 ବ୍ରିଫିଂ ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ  ।  ଏହି ବୈଠକରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ତେବେ ମୁଖ୍ୟମନ୍ତ୍ରୀ ଆସନ୍ତା ୬ ତାରିଖରେ ଭୁବନେଶ୍ୱର ଫେରି ଆସିବେ ବୋଲି ସୂଚନା ରହିଛି ।

 

Leave A Reply

Your email address will not be published.