Latest Odisha News

ପ୍ରତିକୂଳ ପରିସ୍ଥିତିରେ ନୌସେନା ଦେଶକୁ ସୁରକ୍ଷା ଦେଇଛି: ମୋଦୀ

ନୌସେନା ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ନୌସେନା ଦିବସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୌସେନାକୁ ଶୁଭେଚ୍ଛା ଜଣାଇବା ସହିତ ଟ୍ୱିଟ କରିଛନ୍ତିଯେ, ବହୁ ପ୍ରତିକୂଳ ପରିସ୍ଥିତିରେ ନୌସେନା ଦେଶକୁ ସୁରକ୍ଷା ଦେଇଛି । ସମୁଦ୍ରତଟକୁ ଶତ୍ରୁ କବଳରୁ ସୁରକ୍ଷିତ ରଖିଛନ୍ତି । ଏଥିପାଇଁ ନୌସେନାର ଅବଦାନ ମହତ୍ । ନୌସେନା ଯବାନ ଓ ସେମାନଙ୍କ ପରିବାରକୁ ସେ ବଧେଇ ଜଣାଇଛନ୍ତି । ସାମୁଦ୍ରିକ ସୁରକ୍ଷା ପାଇଁ ଆମେ ସମସ୍ତ ଭାରତୀୟ ଗର୍ବିତ ବୋଲି ମୋଦୀ ତାଙ୍କ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ।

ଡିସେମ୍ୱର ୪ତାରିଖକୁ ନୌସେନା ଦିବସ ଭାବେ ପାଳନ କରାଯାଉଛି । ୧୯୭୧ରେ ଭାରତ-ପାକ୍ ଯୁଦ୍ଧ ସମୟରେ ‘ଅପରେସନ ଟ୍ରାଇଡେଣ୍ଟ’ ପରଠାରୁ ନୌସେନାର ସଫଳତାକୁ ସ୍ମରଣ କରିବା ପାଇଁ ନୌସେନା ଦିବସ ପାଳନ ହେଉଛି । ଏହି ଅବସରରେ ଦେଶର ସବୁ ତଟୀୟପ୍ରାନ୍ତରେ ନୌସେନା ଦିବସ ଜାକଜମକରେ ପାଳନ କରୁଛି ନୌସେନା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ନୌସେନାକୁ ଶୁଭେଚ୍ଛା ଜଣାଇଛନ୍ତି ।

ନୌସେନା ମୁଖ୍ୟ ଆଡମିରାଲ ଆର୍ ହରି କୁମାର ନ୍ୟାସନାଲ ଓ୍ୱାର ମେମୋରିଆଲରେ ସହିଦ୍ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ନୌସେନାର ଶୁଭେଚ୍ଛା ଜଣାଇବା ସହିତ ନୌବାହିନୀର ଏକ କାର୍ଯ୍ୟକ୍ରମକୁ ସମ୍ୱୋଧିତ କରିବେ ।

Leave A Reply

Your email address will not be published.