Latest Odisha News

BREAKING NEWS

ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ପାଗ ଖରାପ ଯୋଗୁ କୋଲକାତା ଯାଇଥିଲା ବିମାନ

ଭୁବନେଶ୍ୱର: କୋଲକାତାରୁ ଆସି ଭୁବନେଶ୍ୱରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପାଗ ଖରାପ ଯୋଗୁ ଭୁବନେଶ୍ୱର ବଦଳରେ ଯାଇଥିଲେ କୋଲକାତା । ଦିଲ୍ଲୀରୁ ଭୁବନେଶ୍ୱର ଏୟାରପୋର୍ଟରେ ନ ଓହ୍ଲାଇ ଯାଇଥିଲେ କୋଲକାତା । ଏୟାର୍ ଇଣ୍ଡିଆ AI-473 ବିମାନରେ ନୂଆଦିଲ୍ଲୀରୁ ଫେରୁଥିଲେ ମୁଖ୍ୟମନ୍ତ୍ରୀ ।

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଦିଲ୍ଲୀରେ ଜିଏସଟି କାଉନସିଲ ବୈଠକରେ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି । ଏହାଦ୍ବାରା କୃଷକ ଓ ମଧ୍ୟବିତ୍ତବର୍ଗ ଉପକୃତ ହେବେ । ୪ଟି ଜିଏସଟି ସ୍ଲାବ ବଦଳରେ ୨ଟି ସ୍ଲାବ ସ୍ବାଗତଯୋଗ୍ୟ ପଦକ୍ଷେପ । ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ହ୍ରାସ ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ, ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭୁବନେଶ୍ବର ବିମାନବନ୍ଦରରେ ପ୍ରବଳ ବର୍ଷା ଯୋଗୁ ଅବତରଣ କରିପାରିନଥିଲେ ମୁଖ୍ୟମନ୍ତ୍ରୀଙ୍କ ବିମାନ । ଫଳରେ ଏହା କୋଲକାତା ଅଭିମୁଖେ ଯାଇଥିଲା ।

Comments are closed.