Latest Odisha News

BREAKING NEWS

କାର୍ଯ୍ୟରତ ସାମ୍ବାଦିକଙ୍କୁ କରୋନା ସମ୍ମୁଖ ଯୋଦ୍ଧା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା କାଳରେ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କୁ କରୋନା ସମ୍ମୁଖ ଯୋଦ୍ଧା ଭାବରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନାରେ ଦେହାନ୍ତ ହେଲେ ମିଳିବ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ରାଶି । ଏହାଦ୍ୱାରା ରାଜ୍ୟର ୬ହଜାର ୯୪୪ ସାମ୍ବାଦିକ ଉପକୃତ ହେବେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାମ୍ବାଦିକମାନଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ସାମ୍ବାଦିକମାନେ ରାଜ୍ୟକୁ ଅନବରତ ସେବା ଯୋଗାଉଛନ୍ତି । ମହାମରୀ ସତ୍ତ୍ୱେ ରାଜ୍ୟବାସୀଙ୍କ ପାଖରେ କରୋନା ସଚେତନତା ସଂପର୍କିତ ଖବର ପହଞ୍ଚାଉଛନ୍ତି ସାମ୍ବାଦିକ । ଏଭଳି କଠିନ ସମୟରେ କରୋନା ମହାମାରୀ ମୁକାବିଲାରେ ସେମାନଙ୍କର ଯଥେଷ୍ଟ ଅବଦାନ ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଏବେ ସାମ୍ବାଦିକମାନଙ୍କୁ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସରକାର ୨ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେଉଛନ୍ତି ।

Leave A Reply

Your email address will not be published.