Latest Odisha News

ଅଭିନେତା ଅନିରୁଦ୍ଧଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର

ନୂଆଦିଲ୍ଲୀ: ଟେଲିଭିଜନର ଲୋକପ୍ରିୟ ଅଭିନେତା ଅନିରୁଦ୍ଧ ଡାଭେ ଗତ ସପ୍ତାହରେ କରୋନା ସଂକ୍ରମିତ ହୋଇଥିଲେ। ତେବେ ତାଙ୍କ ଅବସ୍ଥା ବିଗିଡିଯିବାରୁ ତାଙ୍କୁ ମୁମ୍ବାଇର ଏକ ଡାକ୍ତରଖାନାର ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା।

ତେବେ ଅନିରୁଦ୍ଧଙ୍କ ମୁଖପାତ୍ର ନିକଟରେ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା ସେୟାର୍‌ କରିଛନ୍ତି ଯେ ଅନିରୁଦ୍ଧଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ତାଙ୍କୁ ନିରୀକ୍ଷଣରେ ରଖାଯିବ। ଅନିରୁଦ୍ଧ ଭୋପାଳରେ ଏକ ୱେବ୍ ସିରିଜ୍ ପାଇଁ ସୁଟିଂ କରୁଥିବା ସମୟରେ କରୋନା ଆକ୍ରାନ୍ତ ହୋଇଥିଲେ।

Comments are closed.