Latest Odisha News

ଲକଡାଉନ୍ ବେଳେ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ ଜଗିବେ ସରପଞ୍ଚ

ଭୁବନେଶ୍ୱର: ଲକଡାଉନ୍ ବେଳେ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ କଡ଼ା ନଜର ରହିବ । ସେମାନଙ୍କୁ ଜଗିବା ପାଇଁ ସରପଞ୍ଚମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର । ଯେଉଁମାନେ ରାଜ୍ୟ ବାହାରୁ ଆସୁଛନ୍ତି ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖିବା ପାଇଁ ସରପଞ୍ଚମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ସଚିବ । ଯେଉଁମାନଙ୍କର ଘରେ ସଂଗରୋଧରେ ରହିବା ବ୍ୟବସ୍ଥା ନାହିଁ ସେମାନଙ୍କୁ ସରକାରୀ କ୍ୱାରେଣ୍ଟାଇନରେ ରଖାଯାଇପାରିବ ।

ଏହାଦ୍ୱାରା ରାଜ୍ୟ ବାହାର ଫେରନ୍ତା ସଂକ୍ରମିତ ହୋଇଥିଲେ ବି ଆଉ କାହାକୁ ସଂକ୍ରମିତ କରିପାରିବେ ନାହିଁ । ଏଦିଗରେ ସରପଞ୍ଚମାନେ ଜନସଚେତନା ସୃଷ୍ଟି କରିବା ଦରକାର ବୋଲି କହିଛନ୍ତି ମୁଖ୍ୟ ସଚିବ । ଏହାସହ ସେ କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ କରୋନା ଚେନ୍ ଭାଙ୍ଗିବାକୁ ହେଲେ ରାଜ୍ୟବାସୀଙ୍କୁ ସହଯୋଗ ଓ କୋଭିଡ୍ ଗାଇଡଲାଇନକୁ ମାନିବାକୁ ହେବ । ଏବେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ମହାମାରୀକୁ ରୋକିବା ପାଇଁ ସରକାର ଏଭଳି କଠୋର ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟ ସଚିବ କହିଛନ୍ତି ।

Leave A Reply

Your email address will not be published.