Latest Odisha News

BREAKING NEWS

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସହ ଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସହ କଥା  ଫୋନରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଦ୍ରୌପଦୀଙ୍କ ପ୍ରାର୍ଥୀତ୍ବ ରାଜ୍ୟବାସୀଙ୍କ ପାଇଁ ଗୌରବର ମୁହୂର୍ତ୍ତ ବୋଲି କହିଛନ୍ତି। ଓଡ଼ିଶାର ସବୁ ଭୋଟ ତାଙ୍କୁ ମିଳିବା ପାଇଁ ଆମେ କାର୍ଯ୍ୟ ଜାରି ରଖିବୁ। ଓଡ଼ିଶାର ସମସ୍ତ ଭୋଟ ଦ୍ରୌପଦୀଙ୍କୁ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଟୁଇଟ କରିଛନ୍ତି ।

ଟୁଇଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ  ରାଷ୍ଟ୍ରପତି ନିର୍ବାଚନ ପାଇଁ ଦ୍ରୈାପଦୀ ମୁର୍ମୁଙ୍କୁ ବହୁତ ବହୁତ ଶୁଭେଚ୍ଛା  । ତାଙ୍କର ପ୍ରାର୍ଥୀତା ପ୍ରକୃତରେ  ଓଡିଶାର ଲୋକଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ  । ତାଙ୍କ ସପକ୍ଷରେ  ଓଡିଶାରୁ ପ୍ରତ୍ୟେକ ଭୋଟ୍ ପାଇବାକୁ ଆମେ କାର୍ଯ୍ୟ କରିବୁ । ପୂର୍ବରୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ  ବିଧାନସଭାର ସବୁ ସଦସ୍ୟଙ୍କୁ ଅପିଲ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

 

Leave A Reply

Your email address will not be published.