ଭୁବନେଶ୍ୱର: ନିଟ୍ ଟପ୍ପର ସୋଏବ ଆଫତାବଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋଏବଙ୍କ ସହ ମୁଖ୍ୟମନ୍ତ୍ରୀ ଫୋନ୍ ଯୋଗେ କଥା ହୋଇଛନ୍ତି । ସୋଏବଙ୍କ ଚମତ୍କାର ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତର କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ଖୁସି ବ୍ୟକ୍ତ କଲେ ସୋଏବ। ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଲେ ସୋଏବ ଅଫତାବ। ସର୍ବଭାରତୀୟ NEET ପ୍ରବେଶିକା ପରୀକ୍ଷାରେ ରାଉରକେଲାର ସୋଏବ ଅଫତାବ ଟପ୍ପର ହୋଇଛନ୍ତି। ସେ ୭୨୦ରୁ ୭୨୦ ମାର୍କ ରଖି ଶତପ୍ରତିଶତ ସଫଳତା ହାସଲ କରିଛନ୍ତି। ସର୍ବଭାରତୀୟ ମେଡିକାଲ ଏଣ୍ଟ୍ରାନ୍ସରେ ଟପ୍ପର ହେବାରେ ସୋଏବ ହେଉଛନ୍ତି ଓଡ଼ିଶାର ପ୍ରଥମ ଛାତ୍ର।
Comments are closed.