Latest Odisha News

BREAKING NEWS

ଆକାଶମାର୍ଗରୁ ବନ୍ୟା ସ୍ଥିତି ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆକାଶମାର୍ଗରୁ ବନ୍ୟା ଅଂଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ଲେଖିଛନ୍ତି, ଆଜି ବନ୍ୟାଞ୍ଚଳ ପରିଦର୍ଶନ କଲି। ବହୁ ଜିଲ୍ଲା ଜଳମଗ୍ନ ହୋଇଛି, ବହୁ ଗାଁ ବୁଡ଼ିଯାଇଛି, ଅନେକ ଘର ଭାଙ୍ଗି ଯାଇଛି ଏବଂ ବହୁ ସ୍ଥାନରେ ରାସ୍ତା ଓ ଗମନାଗମନ ଭିତ୍ତିଭୂମି ନଷ୍ଟ ହୋଇଛି। ଖୁବଶୀଘ୍ର ବନ୍ୟାଞ୍ଚଳରେ ସାଧାରଣ ଜୀବନଯାତ୍ରା ସ୍ୱାଭାବିକ କରିବାକୁ ପଦ‌କ୍ଷେପ ନିଆଯାଉଛି।

ବନ୍ୟାଂଚଳ ପରିଦର୍ଶନ ପରେ ବରିଷ୍ଠ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ ବସିଛି । ବୈଠକରେ ମୁଖ୍ୟମନ୍ତ୍ରୀ ବନ୍ୟାର ସ୍ଥିତିର ସମୀକ୍ଷା କରୁଛନ୍ତି। ଏଥିରେ ମୁଖ୍ୟ ଶାସନ ସଚିବ ଓ ଜଳ ସମ୍ପଦ ସଚିବ ପ୍ରମୁଖ ଉପସ୍ଥିତ ଅଛନ୍ତି ।

ଗତକାଲି ମୁଖ୍ୟ ଶାସନ ସଚିବ ରାଜ୍ୟରେ ବନ୍ୟା ସ୍ଥିତି ନେଇ ସୂଚନା ଦେଇ କହିଥିଲେ, ବନ୍ୟା ଯୋଗୁଁ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ୩ଟି ବ୍ଲକରେ ବନ୍ୟାର ଅଧିକ ପ୍ରଭାବ ପଡ଼ିଛି। ବ୍ରାହ୍ମଣୀ ସିଷ୍ଟମର ରେଙ୍ଗାଲି ଡ୍ୟାମର କେବଳ ୪ଟି ଗେଟ୍ ଖୋଲାଯାଇଥିଲା। ପ୍ରବଳ ବର୍ଷା ଯୋଗୁଁ ଯାଜପୁର ଜିଲ୍ଲାର ବରୀରେ ବ୍ୟାପକ କ୍ଷତି ହୋଇଛି।

Leave A Reply

Your email address will not be published.