Latest Odisha News

BREAKING NEWS

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକ

ନୂଆଦିଲ୍ଲୀ: ଆରପାରିରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ୮୪ ବର୍ଷ ବୟସରେ ଆଜି ତାଙ୍କ ପରଲୋକ ହୋଇଛି । ଏନେଇ ତାଙ୍କ ପୁଅ ଅଭିଜିତ ମୁଖାର୍ଜୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଦୀର୍ଘ ଦିନ ହେବ ସେ କୋମାରେ ଥିଲେ । ନୂଆଦିଲ୍ଲୀ ସ୍ଥିତ ଆର୍ମି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେ ଅନେକ ଦିନ ଧରି ଭେଣ୍ଟିଲେଟରରେ ଥିଲେ। ମସ୍ତିଷ୍କ ସର୍ଜରୀ ପରେ ଅନେକ ଦିନ ଧରି ତାଙ୍କର ଚିକିତ୍ସା ନୂଆଦିଲ୍ଲୀ ସ୍ଥିତ ସେନା ହସ୍ପିଟାଲରେ ଜାରି ରହିଥିଲା। ବ୍ରେନ୍ ସର୍ଜରୀ ପରେ ଫୁସ୍‌ଫୁସ୍‌ରେ ସଂକ୍ରମଣ ହୋଇଥିବାରୁ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଥିଲା ।

ସୂଚନାଯୋଗ୍ୟ ଯେ, ଚଳିତ ମାସ ପ୍ରଥମ ସପ୍ତାହରେ ପ୍ରବଣ ମୁଖାର୍ଜୀ ବ୍ରେନ୍ ସର୍ଜରୀ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ସେ କରୋନା ପଜିଟିଭ ଥିବା ଜଣାପଡିଥିଲା । ସେବେଠାରୁ ହିଁ ସେ ଦିଲ୍ଳୀ ସ୍ଥିତ ଆର୍ମି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

ପ୍ରବଣ ମୁଖାର୍ଜୀ ୨୦୧୨ରୁ ୨୦୧୭ ଯାଏଁ ରାଷ୍ଟ୍ରପତି ପଦରେ ଥିଲେ । ସେ ୧୯୬୯ମସିହାରେ ପ୍ରଥମ ଥର ପାଇଁ ରାଜ୍ୟସଭା ସାଂସଦ ହୋଇଥିଲେ । ୧୯୬୯ରୁ ୨୦୦୨ ପର୍ଯ୍ୟନ୍ତ ସଂସଦର ଉଚ୍ଚସଦନକୁ ନିର୍ବାଚିତ ହୋଇଥିଲେ । ୨୦୦୪- ୧୨ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୨ରୁ ୨୦୧୨ ଯାଏଁ ଲୋକସଭାର ସଦସ୍ୟ ରହିବା ସହ ୟୁପିଏ ସରକାରରେ କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି ପ୍ରଣବ । ୨୦୧୯ରେ ପ୍ରଣବଙ୍କୁ ଭାରତ ରତ୍ନ ସମ୍ମାନିତ କରାଯାଇଥିଲା । ୧୯୮୦ରୁ ୮୪ ରାଜ୍ୟସଭା ନେତା ଭାବେ ଦାୟିତ୍ୱ ତୁଲାଇଥିଲେ ।

Leave A Reply

Your email address will not be published.