Latest Odisha News

BREAKING NEWS

ଆଜିଠୁ ପୁଣି ୫ ତାରିଖ ଯାଏଁ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଓଡିଶାକୁ ବର୍ଷାରୁ ନିସ୍ତାର ନାହିଁ । କାରଣ ଆଜିଠୁ ଆସନ୍ତା ୫ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପୁଣି ବର୍ଷିବ । ପାଣି ପାଗ ବିଭାଗର ଆକଳନ ଅନୁସାରେ ଆଜି ଉପକୂଳ ଓଡିଶା ସମେତ ରାଜ୍ୟର ୭ଟି ଜିଲ୍ଲାରେ ବର୍ଷା ହୋଇପାରେ । ଏଥିପାଇଁ ୟଲୋ ୱାଣ୍ଣିଂ ଜାରି କରାଯାଇଛି ।

ଉପକୂଳ ଓଡିଶା, କେନ୍ଦୁଝର ମୟୂରଭଂଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡା, ମାଲକାନଗିରି ଓ କୋରାପୁଟରେ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ୨ଟି ଜିଲ୍ଲା ମୟୂରଭଂଜ ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା କରିଛି ଭାରତୀୟ ପାଣିପାଗ ବିଭାଗ । ଏହାସହ ଆସନ୍ତାକାଲି ଓ ସେପ୍ଟେମ୍ବର ୨ ଓ ୩ ତାରିଖରେ ମଧ୍ୟ ବର୍ଷା ହେବ ।

Leave A Reply

Your email address will not be published.