ଭୁବନେଶ୍ୱର: ଗତ ୨୦୧୬ ମସିହାରେ ବରଗଡ ଜିଲ୍ଲା ସୋହେଲାଠାରେ ଚାଷୀ ସମାବେଶରେ ବଡ ବଡ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ପୂରଣ କରିବାରେ ବିଫଳ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ବାବୁ । ଆସନ୍ତା କାଲି ପୁଣି ପଶ୍ଚିମ ଓଡିଶା ଗସ୍ତ କରୁଛନ୍ତି । ଏହି ଗସ୍ତ ଅବସରରେ ବରଗଡ, ନୂଆପଡା ଓ କଳାହାଣ୍ଡିବାସୀ ପୁଣି ଏକ ମିଥ୍ୟା ପ୍ରତିଶ୍ରୁତିର ବାର୍ତ୍ତା ମୁଖ୍ୟମନ୍ତ୍ରୀଙ୍କଠାରୁ ଶୁଣିବାକୁ ପାଇବେ । ଦୀର୍ଘ ୭ ବର୍ଷ ଅପେକ୍ଷା କରି ନିରାଶ ହୋଇଥିବା ପଶ୍ଚିମ ଓଡିଶାର ଚାଷୀ କେବେହେଲେ କ୍ଷମା କରିବେ ନାହିଁ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରାଯିବ ବୋଲି କହିଛନ୍ତି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ।
ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି ବେଶୀ ଓ କାମ ଶୁନ୍ । ୨୦୧୬ ମସିହା ସୋହେଲା ସମାବେଶରେ ଧାନ କ୍ୱିଂଟାଲ ପ୍ରତି ଶହେ ଟଙ୍କା ଚାଷୀଙ୍କୁ ବୋନସ୍ ଦେବା କଥା ଓ ଆସନ୍ତା ୭ବର୍ଷ ଭିତରେ ପଶ୍ଚିମ ଓଡିଶାର ବିକାଶ ପାଇଁ ପର୍ଯ୍ୟାୟ କ୍ରମେ ୩୫ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଓଡିଶାର ଚାଷୀଙ୍କୁ ଓ ପଶ୍ଚିମ ଓଡିଶାବାସୀଙ୍କୁ ସୁନେଲି ସ୍ୱପ୍ନ ଦେଖାଇଥିଲେ । ବରଗଡ ଗସ୍ତ କରି ଆଉ ଅଧିକ ମିଥ୍ୟା ପ୍ରତିଶୃତି ଦେବା ପୂର୍ବରୁ ପ୍ରଥମେ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ କେତେ ବୋନସ ଦେଲେ ଓ ୩୫ହଜାର କୋଟି ଟଙ୍କା ପଶ୍ଚିମ ଓଡିଶାର କେଉଁଠି ଖର୍ଚ୍ଚ କଲେ ତାର ହିସାବ ଦିଅନ୍ତୁ ବୋଲି ଶ୍ରୀ ପୁରୋହିତ ଦାବୀ କରିଛନ୍ତି ।
ବିଜୁ ଏକ୍ସପ୍ରେସ ୱେ ରାସ୍ତାର ଯେତେ ପୋଲ ନିର୍ମାଣ ହୋଇଛି ସବୁ ଟଙ୍କା କେନ୍ଦ୍ର ସରକାର ଦେଇଛନ୍ତି । ଜାତୀୟ ରାଜପଥରେ ସମ୍ପୂର୍ଣ୍ଣ ଟଙ୍କା କେନ୍ଦ୍ର ସରକାର ଖର୍ଚ୍ଚ କରିଛନ୍ତି । ତେଣୁ ବିଜୁ ଏକ୍ସପ୍ରେସ ୱେ ଉଦ୍ଘାଟନ ସମୟରେ କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ସାମିଲ ନକରି ମୁଖ୍ୟମନ୍ତ୍ରୀ ନିଜେ କେବଳ ଏହାର ଫାଇଦା ନେବା ପାଇଁ ଦ୍ୱିତୀୟ ଥର ପାଇଁ ବିଜୁ ଏକ୍ସପ୍ରେସ ୱେ ଉଦ୍ଘାଟନ କରୁଛନ୍ତି ବୋଲି ଶ୍ରୀ ପୁରୋହିତ କହିଛନ୍ତି ।
୨୦୨୨ ସୁଦ୍ଧା ହୀରାକୁଦ ଡ୍ୟାମ୍ରୁ ପାଣି ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ଜରିଆରେ ବିଜେପୁର ନିର୍ବାଚନ ମଣ୍ଡଳୀର ଚାଷୀଙ୍କ କ୍ଷେତରେ ପହଁଚିବାର ଯେଉଁ ପ୍ରତିଶୃତି ମୁଖ୍ୟମନ୍ତ୍ରୀ ବିଜେପୁର ବାସୀଙ୍କୁ ଦେଇଥିଲେ, ତାହା କେବେ ପୂରଣ ହେବ ତାହାର ମଧ୍ୟ ଉତ୍ତର ମୁଖ୍ୟମନ୍ତ୍ରୀ ଦିଅନ୍ତୁ ବୋଲି ଶ୍ରୀ ପୁରୋହିତ କହିଛନ୍ତି ।
Comments are closed.