Latest Odisha News

BREAKING NEWS

ମୁଣ୍ଡକୁ ୧୮୦ ଡିଗ୍ରୀ ବୁଲାଇ ଦେଲେ ମହିଳା: ଦୃଶ୍ୟ ଦେଖି ଲୋକେ ବେହୋସ

ଅଧିକାଂଶ ଲୋକେ ନିଜର ଏକ ସ୍ୱତନ୍ତ୍ର ପରିଚୟ ପାଇଁ କଣ ନାହିଁ କଣ କରନ୍ତି । ଆପଣ ନିଶ୍ଚିତ ଭାବରେ ଅନେକ ଲୋକଙ୍କୁ ଅଜବ କୌଶଳ ପ୍ରଦର୍ଶନ କରୁଥିବା ଦେଖିଥିବେ । ଅନେକ କ୍ଷେତ୍ରରେ ଏପରି କିଛି ବିପଦଜନକ ଷ୍ଟଣ୍ଟ କରିଥାନ୍ତି, ଯାହାକୁ ଲୋକେ ଦେଖି ଭୟଭୀତ ହୋଇଯାଆନ୍ତି । ଆମେ ଆପଣଙ୍କୁ ଏମିତି ଜଣେ ମହିଳାଙ୍କ ବିଷୟରେ କହିବୁ ଯିଏ ନିଜର ମୁଣ୍ଡକୁ ୧୮୦ ଡ଼ିଗ୍ରୀ ପର୍ଯ୍ୟନ୍ତ ବୁଲାଇ ଦେଉଛନ୍ତି । ମହିଳାଙ୍କର ଏପରି କୌଶଳ ଦେଖି ଲୋକଙ୍କ ହୋସ ଉଡ଼ିଯାଉଛି । ଏହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦୁଇଜଣ ମହିଳା ଏକ ମଞ୍ଚ ଉପରେ ଠିଆ ହୋଇଥିବା ନଜର ଆସିଛନ୍ତି । ଜଣେ ମହିଳା ଟିକିଏ ଉଚ୍ଚରେ ଠିଆ ହୋଇ ଅନ୍ୟ ମହିଳାଙ୍କ ମୁଣ୍ଡକୁ ଜୋରରେ ଚାପି ଧରିଛନ୍ତି । ତା’ପରେ ସେ ଧୀରେ ଧୀରେ ମହିଳାଙ୍କ ମୁଣ୍ଡ ବୁଲାଇବାକୁ ଆରମ୍ଭ କରନ୍ତି । ତାଙ୍କ ମୁହଁକୁ ୧୮୦ ଡ଼ିଗ୍ରୀ ପର୍ଯ୍ୟନ୍ତ ବୁଲାଇ ଦିଅନ୍ତି । ଅର୍ଥାତ୍ ତାଙ୍କ ମୁହଁ ସଂପୂର୍ଣ୍ଣ ରୂପେ ତାଙ୍କ ପିଠି ଆଡକୁ ଚାଲିଯାଏ । ଏହି ଦୃଶ୍ୟ ଦେଖିବା ପରେ ଅନେକ ମତ ରଖିଛନ୍ତି ଯେ, ଏହା ପ୍ରକୃତରେ ମୁଣ୍ଡ ନା ପ୍ଲାଷ୍ଟିକ ଖୋଳ । ସାଧାରଣ ଭାବେ ଏଭଳି ଷ୍ଟଣ୍ଟ କରିବା ସମସ୍ତଙ୍କ ପାଖେ ସମ୍ଭବ ହୋଇ ନ ଥାଏ । ଏଥିଲାଗି ଲମ୍ବା ପ୍ରାକ୍ଟିସ୍ ବା ଅଭ୍ୟାସ କରିବାକୁ ପଡ଼ିଥାଏ । ଏଥିପାଇଁ ମଧ୍ୟ ସଠିକ ପ୍ରଶିକ୍ଷକଙ୍କ ସହାୟତା ନେବାକୁ ପଡ଼ିଥାଏ । ଭିଡ଼ିଓରେ ଦିଶୁଥିବା ମହିଳା ଜଣକ ଲମ୍ବା ଅଭ୍ୟାସ ପରେ ଏଭଳି ସଫଳତା ପାଇଥିବା ସେ ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.