Latest Odisha News

BREAKING NEWS

କିଙ୍ଗ ଚାର୍ଲସଙ୍କ ରାଜ୍ୟାଭିଷେକରେ ବ୍ୟବହୃତ ହେବ ଏହି ବିଶେଷ ଧରଣର ପବିତ୍ର ତୈଳ

ଲଣ୍ଡନ: ବିଟେନର କିଙ୍ଗ ଚାର୍ଲସଙ୍କ ରାଜ୍ୟାଭିଷେକ ସମାରୋହରେ ଏକ ବିଶେଷ ଧରଣର ପବିତ୍ର ତୈଳର ବ୍ୟବହାର ହେବ । ମେ୬ରେ ଏହି ସମାରୋହ ଅନୁଷ୍ଠିତ ହେବ । ଜେରୁଜେଲମର ସେପୁଲଚର ଚର୍ଚ୍ଚରେ ଶନିବାର ଏକ ସମାରୋହରେ ଏହି ତୈଳକୁ ପବିତ୍ର କରାଯାଇଛି । ରାଜ୍ୟାଭିଷେକ ଦିନ ଚାର୍ଲସଙ୍କ ମୁଣ୍ଡ, ଛାତି ଏବଂ ହାତରେ ଏହି ତୈଳ ଲଗାଯିବ । ତାଙ୍କ ପତ୍ନୀ କାମିଲାଙ୍କର ଏହି ପବିତ୍ର ତୈଳ ମାଧ୍ୟମରେ ଅଭିଷେକ କରାଯିବ । ଦୁଇଟି ଅଲିଭ ଗଛ କଟାଯାଇ ଏହି ତେଲ ବାହାର କରାଯାଇଛି । ଗ୍ରୀସର ରାଜକୁମାରୀ ଆଲିସ ଓ କିଙ୍ଗସ ଚାର୍ଲସଙ୍କ ଜେଜେମାଆଙ୍କ କବରରେ ଏହି ଗଛ ହୋଇଥିଲା ।

ରାଶିତେଲ, ଗୋଲାପ, ଜସ୍ମିନ, ବାଦାମ, ନେରୋଲି, ବେନୋଜୋଇନ ଏବଂ ଅନ୍ୟ କେତେକ ଫୁଲର ସୁଗନ୍ଧରେ ଏହାକୁ ମିଶ୍ରଣ କରାଯାଇଥିଲା । ବ୍ରିଟେନରେ ମେ ୬ରୁ ୮ ତାରିଖ ପର୍ଯ୍ୟନ୍ତ ଉତ୍ସବମୟ ପରିବେଶ ରହିବ ।

Leave A Reply

Your email address will not be published.