ଭୁବନେଶ୍ୱର: ଲୋକଙ୍କ ସରକାରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଭୁବନେଶ୍ବରରେ ସୀମିତ ନରହି ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ଯାଇ ଲୋକଙ୍କ ପାଖରୁ ଅଭିଯୋଗ ଶୁଣାଯିବ। ଏଥିପାଇଁ ସରକାରୀ ସ୍ତରରେ ବ୍ୟାପକ ଭାବେ ପ୍ରସ୍ତୁତି ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
୨୦୨୪ ଜୁଲାଇ ୧ ଠାରୁ ଅଦ୍ୟାବଧି ୯୩୭୭ଟି ଅଭିଯୋଗର ଶୁଣାଣି କରାଯାଇଛି। ପ୍ରାୟ ୮୩ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି। ଅଭିଯୋଗ ପଞ୍ଜୀକରଣ ପ୍ରକ୍ରିୟାକୁ ସହଜ ଓ ସମୟ ଉପଯୋଗୀ କରିବା ପାଇ ଅଗ୍ରୀମ ଅନ୍ଲାଇନ ବୁକିଂ ବ୍ୟବସ୍ଥା କରାଯାଇଛି। ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପଶ୍ଚିମାଞ୍ଚଳ, ଉତ୍ତରାଞ୍ଚଳ, ଦକ୍ଷିଣାଞ୍ଚଳ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳକୁ ଯାଇ ଲୋକଙ୍କ ଅଭିଯୋଗ ଶୁଣିବାକୁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି।
ରାଜ୍ୟ ସରକାର ପ୍ରଥମ ଦିନରୁ ଦୁର୍ନୀତି ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି । ପ୍ରାୟ ଅଢେଇ ଦଶନ୍ଧିରେ ଦୁର୍ନୀତିର ଛାତ୍ରଛାୟା ତଳେ ପରିସ୍ଫୁଟ ହେଉଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଭୂକମ୍ପନ ସୃଷ୍ଟି ହୋଇଛି। ଦୁର୍ନୀତି ହେଉଛି ଏକ ସମାଜ ପାଇଁ ଏକ କ୍ୟାନ୍ସର, ଏହା ଏକ ପ୍ରକାରେ ଉଇ ପରି, ଘର ମୂଳଦୁଆକୁ ଖାଇ ଖାଇ ଫମ୍ପା କରିଦିଏ। ଓଡିଶା ପରି ଏକ ବିକାଶଶୀଳ ରାଜ୍ୟକୁ ବିକଶିତ ରାଜ୍ୟ କରିବା ପାଇଁ ଏହି କ୍ୟାନ୍ସରର ସମୂଳେ ଉତ୍ପାଟନ କରିବା ଆବଶ୍ୟକ। ତେଣୁ ଆମ ସରକାର ପ୍ରଥମ ଦିନରୁ ହିଁ ଦୁର୍ନୀତି ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଛନ୍ତି।
ଗତ ପ୍ରାୟ ଅଢେଇ ଦଶନ୍ଧିରେ ଦୁର୍ନୀତିର ଛାତ୍ରଛାୟା ତଳେ ପରିସ୍ଫୁଟ ହେଉଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଭୂକମ୍ପନ ସୃଷ୍ଟି ହୋଇଛି। ବିଭିନ୍ନ ମଞ୍ଚରେ ‘ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା’ ନୀତି ଅବଲମ୍ବନ ବିଷୟରେ କହି ଆସୁଛି। କେବଳ କଥାରେ ନୁହେଁ, କାର୍ଯ୍ୟରେ ବି ଦୁର୍ନୀତି ବିରୋଧରେ ଯୁଦ୍ଧ ଜାରି ରହିଛି। ଏହାର ଫଳାଫଳ ସମସ୍ତଙ୍କ ସାମ୍ନାରେ ବୋଲି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ କହିଛନ୍ତି।
Comments are closed.