ଭୁବନେଶ୍ୱର: ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି। ଏପ୍ରିଲ ୨୧ରେ ସମ୍ବଲପୁରରେ ହେବ ଅଭିଯୋଗ ଶୁଣାଣି। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି।
୧୦ରୁ ଅଧିକ ମନ୍ତ୍ରୀ ଏଥିରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଅଭିଯୋଗ ଶୁଣାଣି ଶିବିରରେ ପଶ୍ଚିମ ଓଡିଶାର ପ୍ରଶାସନିକ ଅଧିକାରୀଙ୍କ ସମେତ ମୁଖ୍ୟ ଶାସନ ସଚିବ ଏବଂ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହିବେ। ପଶ୍ଚିମ ଓଡିଶାର ଜନସାଧାରଣ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇ ନିଜର ଅଭିଯୋଗ ଜଣାଇ ପାରିବେ।
ସମ୍ବଲପୁର ପରେ ବ୍ରହ୍ମପୁରରେ ଅଭିଯୋଗ ଶୁଣାଣି କରାଯିବ ବୋଲି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ।
Comments are closed.