Latest Odisha News

BREAKING NEWS

କରୋନା ସହାୟତା: ଆଗାମୀ ବର୍ଷେ ଯାଏଁ ପ୍ରତି ମାସ ପିଏମ୍ କେୟାର ଫଣ୍ଡକୁ ୫୦,୦୦୦ ଲେଖାଏଁ ଦାନ କରିବେ ସେନା ମୁଖ୍ୟ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ସଙ୍କଟ । ପ୍ରତ୍ୟେକ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିବାରେ ଲାଗିଛି ।

କରୋନା ମୁକାବିଲା ପାଇଁ ବର୍ତ୍ତମାନର ସେନା ମୁଖ୍ୟ ଜେନେରାଲ୍ ବିପିନ ରାୱତ୍‌ ଏକ ବଡ଼ ଘୋଷଣା କରିଛନ୍ତି । ନିଜ ଦରମାରୁ ପ୍ରତି ମାସରେ ୫୦ ହଜାର ଲେଖାଏଁ ଟଙ୍କା ଏକ ବର୍ଷ ପର୍ଯ୍ୟନ୍ତ ପିଏମ୍‌ କେୟାର ଫଣ୍ଡକୁ ଦାନ କରିବେ ବୋଲି ସେ ଘୋଷଣା କରିଛନ୍ତି । ଏନେଇ ଜେନେରାଲ ରାୱତ ବେତନ ଓ ଆକାଉଣ୍ଟସ ବିଭାଗକୁ ଏକ ଚିଠି ମଧ୍ୟ ଲେଖିଛନ୍ତି ।

ଜେନେରାଲ୍‌ ରାୱତଙ୍କ ଏହି ଅନୁରୋଧକୁ ଗ୍ରହଣ କରାଯିବା ସହ ଏପ୍ରିଲ୍‌ ମାସରେ ତାଙ୍କ ଦରମାର ୫୦ ହଜାର ଟଙ୍କା କଟାଯାଇ ପିଏମ କେୟାର ଫଣ୍ଡକୁ ଟ୍ରାନ୍ସଫର କରାଯାଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ।

ତେବେ କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍‌ କେୟାର ପାଣ୍ଠି ଗଠନ କରିବାକୁ ଘୋଷଣା କରିବା ପରେ ଦେଶର ସୈନିକମାନେ ଏହି ଫଣ୍ଡରେ ନିଜର ଗୋଟିଏ ଦିନର ଦରମା ଦେବାକୁ ଘୋଷଣା କରିଥିଲେ ।

ଜେନେରାଲ ରାୱତଙ୍କ ଏହି ଟଙ୍କା ସୈନ୍ୟମାନେ ଦେଇଥିବା ଗୋଟିଏ ଦିନର ଦରମାଠାରୁ ଭିନ୍ନ ଅଟେ ବୋଲି ସେ କହିଛନ୍ତି ।

Comments are closed.