ବାଲେଶ୍ୱର: ଦିନିକିଆ ବାଲେଶ୍ୱର ଜିଲ୍ଲା ଗସ୍ତରେ ଯାଇଛନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର । ତାଙ୍କ ସହ 5T ସଚିବ ଭି. କେ. ପାଣ୍ଡିଆନ୍ ଓ ପୂର୍ତ୍ତ ସଚିବ କ୍ରିଷନ କୁମାର ମଧ୍ୟ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସେମାନେ ବାଲେଶ୍ୱରରେ ବିଭିନ୍ନ ଉନ୍ନୟନମୂଳକ କାମ ସମୀକ୍ଷା କରିଛନ୍ତି । ବାଲେଶ୍ୱର ସହରର ବିକାଶର ନକ୍ସା ଦେଖିଛନ୍ତି ବରିଷ୍ଠ ଅଧିକାରୀ । ତାମୂଳିଆ କୁରୁଡ଼ା ଓଭର ବ୍ରିଜ ଓ ରାସ୍ତା ଉନ୍ନତିକରଣ ନେଇ ସମୀକ୍ଷା କରିଛନ୍ତି । ବସଷ୍ଟାଣ୍ଡ ଉନ୍ନତିକରଣ ଓ ରେମୁଣା ଗୋଲେଇ ଯାଏ ଆଲୋକୀକରଣ ନେଇ ସମୀକ୍ଷା ହୋଇଛି ।
ବାଲେଶ୍ୱର ସହର ଓ ଆଖପାଖ ଅଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିଛନ୍ତି ମୁଖ୍ୟ ସଚିବ ଓ 5T ସଚିବ । ଏହାସହ କୁରୁଡ଼ା ସ୍ଥିତ ଜ୍ୟୋତି ହସ୍ପିଟାଲକୁ ଯାଇଥିଲେ । ସେଠାରେ କୋଭିଡ ହସ୍ପିଟାଲ ପୁନଃକାର୍ଯ୍ୟକ୍ଷମର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହାସହ ଜିଲ୍ଲାରେ କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ।

ଏହାପରେ ମୁଖ୍ୟ ସଚିବ କହିଛନ୍ତି, ମେଡିକାଲ କଲେଜ ଓ ମୁଖ୍ୟ ଚିକିତ୍ସାଳୟର ଆବଶ୍ୟକତା ପରଖିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ବାଲେଶ୍ୱର ଗସ୍ତର ବିସ୍ତୃତ ରିପୋର୍ଟ ଦିଆଯିବ । ତାଙ୍କ ନିର୍ଦେଶରେ ଆବଶ୍ୟକ ଉନ୍ନତିମୂଳକ କାମ ହେବ ।

BREAKING NEWS
- ଏୟାରପୋର୍ଟରୁ ବିଦେଶୀ ସିଗାରେଟ୍ ଜବତ, ୮ ଅଟକ
- ଭେନେଜୁଏଲା ରାଷ୍ଟ୍ରପତି ଭବନ ନିକଟରେ ଆଖିବୁଜା ଗୁଳିମାଡ଼, ସଫେଇ ଦେଲା ଆମେରିକା…
- ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା, ୧୮ ଦିନରେ ଗଲାଣି ୬ ଜୀବନ…
- US Delta Force: ଏମିତି ଟ୍ରେନିଂ ନିଅନ୍ତି ଆମେରିକାର ଖତରନାକ୍ ଡେଲ୍ଟା କମାଣ୍ଡୋ…
- Actress Hina Khan: ପୁଣି ବିଗିଡ଼ିଲା ହିନା ଖାନଙ୍କ ସ୍ବାସ୍ଥ୍ୟବସ୍ଥା, ପୋଷ୍ଟ ସେୟାର କରି କହିଲେ…
- ପ୍ରଦୂଷଣ ପାଇଁ ଟ୍ୱିନ୍ ସିଟିରେ ଲାଗିଲା କଟକଣା
- Junior Fencing Championship: ଇଣ୍ଡୋର ଷ୍ଟାଡିୟମ୍ ରେ ୩୩ ତମ ଜାତୀୟ ଜୁନିଅର ଫେନ୍ସିଙ୍ଗ ଚମ୍ପିୟାନସିପ ଆରମ୍ଭ
- ବିଶ୍ୱକୁ ପୁଣି ଚମକାଇବ ଡିଆରଡିଓ, ଏହି ବର୍ଷ ଉଡାଣ ଭରିବାକୁ ଯାଉଛି LCA Mk-2, ଅଧ୍ୟକ୍ଷ କହିଲେ…
- Sonia Gandhi Health: ହଠାତ୍ ବିଗିଡିଲା ସୋନୀଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟ, ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି
- banned junk food: ବ୍ୟାନ ହେଲା ପିଜା-ବର୍ଗର,ଏପରିକି ଜଙ୍କ ଫୁଡ୍ ବିଜ୍ଞାପନ ମଧ୍ୟ ଚାଲିବନି…
Comments are closed.