ବାଲେଶ୍ୱର: ଦିନିକିଆ ବାଲେଶ୍ୱର ଜିଲ୍ଲା ଗସ୍ତରେ ଯାଇଛନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର । ତାଙ୍କ ସହ 5T ସଚିବ ଭି. କେ. ପାଣ୍ଡିଆନ୍ ଓ ପୂର୍ତ୍ତ ସଚିବ କ୍ରିଷନ କୁମାର ମଧ୍ୟ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସେମାନେ ବାଲେଶ୍ୱରରେ ବିଭିନ୍ନ ଉନ୍ନୟନମୂଳକ କାମ ସମୀକ୍ଷା କରିଛନ୍ତି । ବାଲେଶ୍ୱର ସହରର ବିକାଶର ନକ୍ସା ଦେଖିଛନ୍ତି ବରିଷ୍ଠ ଅଧିକାରୀ । ତାମୂଳିଆ କୁରୁଡ଼ା ଓଭର ବ୍ରିଜ ଓ ରାସ୍ତା ଉନ୍ନତିକରଣ ନେଇ ସମୀକ୍ଷା କରିଛନ୍ତି । ବସଷ୍ଟାଣ୍ଡ ଉନ୍ନତିକରଣ ଓ ରେମୁଣା ଗୋଲେଇ ଯାଏ ଆଲୋକୀକରଣ ନେଇ ସମୀକ୍ଷା ହୋଇଛି ।
ବାଲେଶ୍ୱର ସହର ଓ ଆଖପାଖ ଅଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିଛନ୍ତି ମୁଖ୍ୟ ସଚିବ ଓ 5T ସଚିବ । ଏହାସହ କୁରୁଡ଼ା ସ୍ଥିତ ଜ୍ୟୋତି ହସ୍ପିଟାଲକୁ ଯାଇଥିଲେ । ସେଠାରେ କୋଭିଡ ହସ୍ପିଟାଲ ପୁନଃକାର୍ଯ୍ୟକ୍ଷମର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହାସହ ଜିଲ୍ଲାରେ କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ।

ଏହାପରେ ମୁଖ୍ୟ ସଚିବ କହିଛନ୍ତି, ମେଡିକାଲ କଲେଜ ଓ ମୁଖ୍ୟ ଚିକିତ୍ସାଳୟର ଆବଶ୍ୟକତା ପରଖିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ବାଲେଶ୍ୱର ଗସ୍ତର ବିସ୍ତୃତ ରିପୋର୍ଟ ଦିଆଯିବ । ତାଙ୍କ ନିର୍ଦେଶରେ ଆବଶ୍ୟକ ଉନ୍ନତିମୂଳକ କାମ ହେବ ।

BREAKING NEWS
- Shirtless protest: AI ସମିଟରେ ସାର୍ଟଲେସ୍ ପ୍ରତିବାଦ ଘଟଣାରେ ୪ ଗିରଫ; ଏହି ୧୦ ପଏଣ୍ଟର ସହ ମାମଲାର ତଦନ୍ତ
- Odisha Budget 2026 : ନବୀନ ପଟ୍ଟନାୟକ ବଜେଟକୁ ନେଇ ରଖିଲେ ପ୍ରତିକ୍ରିୟା ,କହିଲେ- ‘ଫୁଲ୍ ମେନ୍ୟୁ ଇନ୍ ଏମପ୍ଟି କିଚେନ’
- Trump’s emergency tariffs are illegal: ଟ୍ରମ୍ପଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା, ଶୁଳ୍କ ନୀତିକୁ ବେଆଇନ ଘୋଷଣା
- ବଜେଟ୍ ୨୦୨୬-୨୭: ରତ୍ନଭଣ୍ଡାର ଖୋଲିବା ପାଇଁ ୫ କୋଟି ଟଙ୍କାର ବ୍ୟୟବରାଦ
- “ସମୃଦ୍ଧ କୃଷକ” ପାଇଁ ୬ ହଜାର ୮୮ କୋଟି
- ଭାରତର ଷ୍ଟାର ଅଲରାଉଣ୍ଡର କହିଲେ ମହୀକାଙ୍କ ଯୋଗୁ ମୋ ଖେଳରେ ଉନ୍ନତି ଘଟିଛି
- ବିଜୁ ମହିଳା ଜନତା ଦଳର ନୂତନ କର୍ମକର୍ତ୍ତାଙ୍କୁ ଭେଟିଲେ ନବୀନ;କହିଲେ-ଅନ୍ୟାୟ ବିରୁଦ୍ଧରେ…
- ପତ୍ନୀ ଈଶାନୀଙ୍କଠାରୁ ଅଲଗା ହେବେ କ୍ରିକେଟର ରାହୁଲ ଚହର
- ବଜେଟରେ ସ୍ବାସ୍ଥ୍ୟସେବାକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ, ୩ ହଜାର ୧୮୨ କୋଟି ଟଙ୍କାର ବ୍ୟୟ ବରାଦ
- ରାଜ୍ୟ ବଜେଟ୍ ୨୦୨୬-୨୭; ରାଜ୍ୟରେ ଖୋଲିବ ଆଉ ୪ ନୂଆ ବିଶ୍ବ ବିଦ୍ୟାଳୟ
Comments are closed.