ଭୁୁବନେଶ୍ୱର: ରାଜ୍ୟରେ କୋଭିଡ୍-୧୯ ମୁକାବିଲା ଓ ପ୍ରତିଷେଧକମୂଳକ ବ୍ୟବସ୍ଥାର କାର୍ଯ୍ୟକାରିତା ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ । ଅନ୍ୟ ରାଜ୍ୟରେ ଫସିଥିବା ଓଡିଆ ତଥା ଲକ୍ ଡାଉନ୍ରେ ଓଡିଶାରେ ଫସି ରହିଥିବା ଅନ୍ୟ ରାଜ୍ୟର ଲୋକଙ୍କୁ ସହାୟତା, ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ସମ୍ପର୍କରେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ।
ଏହା ବ୍ୟତୀତ ପଞ୍ଚାୟତ ଓ ପୌରାଞ୍ଚଳରେ ରନ୍ଧାଖାଦ୍ୟ ଯୋଗାଇବା, ସାମାଜିକ ଦୂରତ୍ୱ ରକ୍ଷା, ବିଭିନ୍ନ ପ୍ରକାର ପେନସନ ଓ ସହାୟତା ପ୍ରଦାନ, ପଞ୍ଚାୟତସ୍ତରରେ ମେଡିକାଲ କ୍ୟାମ୍ପସ ବ୍ୟବସ୍ଥା, କୋଭିଡ-୧୯ କ୍ରିଟିକାଲ୍ କେୟାର ୟୁନିଟର ବିକାଶ ସହ ବିଭିନ୍ନ ସ୍ୱେଚ୍ଛାସେବୀ କିଭଳି ଲୋକଙ୍କୁ ସହାୟତା କରିପାରିବେ ସେନେଇ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି ।
ଗ୍ରାମାଞ୍ଚଳରେ ନିରାଶ୍ରୟଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ସହ ଆବଶ୍ୟକତା ଥିବା ସମସ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଏହାସହ ଲକ୍ ଡାଉନ ବେଳେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ସାମାଜିକ ଦୂରତ୍ୱକୁ ଅଧିକ କଡାକଡି କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ଏହି ସମୀକ୍ଷା ବୈଠକରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଏସଆରସି ପ୍ରଦୀପ ଜେନାଙ୍କ ସମେତ ବିଭିନ୍ନ ବିଭାଗୀୟ ସଚିବ ଓ କୋଭିଡ୍-୧୯ ପାଇଁ ନିୟୋଜିତ ନୋଡାଲ୍ ଅଫିସର ଉପସ୍ଥିତ ଥିଲେ ।
BREAKING NEWS
- ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲ୍ଲା ପ୍ରଶାସନ
- ୪ ରାଜ୍ୟରେ କରୁଥିଲେ ଅନଲାଇନ ଟ୍ରେଡିଂ ଠକେଇ, ତିନି ଗିରଫ
- ରାଜ୍ୟ ସରକାର ଭୁଲ ତଥ୍ୟ ଦେଇ ବିଶ୍ୱ ବ୍ୟାଙ୍କ ଟିମ୍ ଓ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି: ବିଜେଡି
- Joranda Mela: ଚଳଚଞ୍ଚଳ ଢେଙ୍କାନାଳ;ଆରମ୍ଭ ହେଉଛି ବିଶ୍ବ ପ୍ରସିନ୍ଧ ଯୋରନ୍ଦା ମେଳା
- Gopalpur Mahotsav: ଗଞ୍ଜାମ ଜିଲ୍ଲାବାସୀଙ୍କୁ ୪୯୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପ ଭେଟି;୩୨ କୋଟିରେ ଗୋପାଳପୁର…
- ସମସ୍ତ ଚାଷୀଙ୍କ ଧାନ ସରକାର କିଣିବେ, କାହାରି ବି ଟୋକନ ଲାପ୍ସ ଯିବ ନାହିଁ: ମନ୍ତ୍ରୀ
- Odisha Budget 2026-27: ଏହି ଦିନରୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନ, ୨୦ରେ ବଜେଟ୍ ଉପସ୍ଥାପନ
- Naxalites Surrender: ‘ଲାଲ ଆତଙ୍କ’ଉପରେ ପ୍ରହାର: ୮ଲକ୍ଷ ପୁରସ୍କାର ରାଶି ଥିବା ୪ ମାଓବାଦୀଙ୍କ ଆତ୍ମସମର୍ପଣ
- ଏଣିକି ମହାପ୍ରୟାଣ ପରିବର୍ତ୍ତେ ‘୧୦୯ ନମ୍ବର’ ଗାଡି ବ୍ୟବହାର କରାଯିବ: ସ୍ବାସ୍ଥ୍ୟମନ୍ତ୍ରୀ
- ୧୯ ବର୍ଷରୁ କମ ମହିଳା ଫୁଟବଲ: ଭାରତୀୟ ଦଳରେ ସ୍ଥାନ ପାଇଲେ ଓଡିଶାର ଆକାଶୀ
Comments are closed.