Latest Odisha News

ମୁଖ୍ୟ ଶାସନ ସଚିବଙ୍କ ଗଜପତି ଗସ୍ତ

ଗଜପତି: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଗଜପତି ଗସ୍ତରେ ଯାଇଛନ୍ତି। ଗଜପତି ଜିଲ୍ଲାର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ସେ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ତୁମ୍ବା ପୁରିଆ ସାହିର ବୁରୁଖତା ଦେଇ କୁନ୍ତୀ ମନ୍ଦିର ଆଦି ସ୍ଥାନ ଅନୁସନ୍ଧାନ କରିବା ସହ ପରିଦର୍ଶନ କରିଥିଲେ।

ଶ୍ରୀ ମହାପାତ୍ର ମହାନ୍ଦ୍ରଗିରି ପାହାଡ ଉପରେ ଥିବା ପର୍ଯ୍ୟଟନ ପ୍ରକଳ୍ପର ଅଗ୍ରଗତି ଉପରେ ବିଶେଷ ଦୃଷ୍ଟି ଦେବା ସହ ଜୁଡିଶିରା ମନ୍ଦିର ଓ କୁନ୍ତୀ ମନ୍ଦିର ଏହାର ଆଖପାଖ ବୁଲି ଦେଖିଛନ୍ତି। ସେ ଆଜି ଅପରାହ୍ନରେ ଖସଡା ଜଳପ୍ରପାତ ଯାଇଥିଲେ। ସେଠାରେ ଚେଲିଗଡ଼ା ଜଳସେଚନ ପ୍ରକଳ୍ପ ର ବିକାଶ ପାଇଁ ସମୀକ୍ଷା କରିଛନ୍ତି।

Comments are closed.