Latest Odisha News

BREAKING NEWS

ସମ୍ଭାବ୍ୟ ବାତ୍ୟା ନେଇ ରାଜ୍ୟ ସରକାରଙ୍କ ସ୍ଥିତି ସମୀକ୍ଷା

ଭୁବନେଶ୍ୱର : ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ନେଇ ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ସ୍ଥିତିର ସମୀକ୍ଷା କରାଯାଇଛି । ଏଥିରେ ମୁଖ୍ୟ ଶାସନ ସଚିବ ସମ୍ଭାବ୍ୟ ବାତ୍ୟାକୁ ହାଲୁକା ଭାବେ ନିଅ ନାହିଁ, ବାତ୍ୟାର ସବୁଠୁ ଖରାପ ସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁୁତ ରୁହ ବୋଲି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଅସିତ ତ୍ରିପାଠୀ ଏ ନେଇ କହିଛନ୍ତି, ‘ବର୍ତ୍ତମାନ ଜିଲ୍ଲା ପ୍ରଶାସନ କୋଭିଡ ୧୯ ପରିସ୍ଥିତିକୁବ ନିୟନ୍ତ୍ରଣ କରୁଛନ୍ତି । ତଥାପି ବାତ୍ୟାର ସବୁଠୁ ଖରାପ ସ୍ଥିତି ପାଇଁ ମଧ୍ୟ ଆମକୁ ପ୍ରସ୍ତୁତ ରହିବାକୁ ପଡିବ । ’

ବାତ୍ୟା ମୁକାବିଲା ନେଇ ପୂର୍ବରୁ ରାଜ୍ୟ ସମ୍ମାନିତ ହୋଇଛି । ଏଥର ବି ସମାନ ଭାବରେ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।

Leave A Reply

Your email address will not be published.