ପୁରୀ: ହୋଲି ଭାରତର ଏକ ଲୋକପ୍ରିୟ ପର୍ବ । ବିଭିନ୍ନ ସ୍ଥାନରେ ଏହା ଭିନ୍ନ ଭିନ୍ନ ଶୈଳୀରେ ପାଳନ କରାଯାଇଥାଏ । ଆଦିବାସୀମାନେ ମଧ୍ୟ ହୋଲିକୁ ସେମାନଙ୍କ ସ୍ୱତନ୍ତ୍ର ଶୈଳୀରେ ମନେଇଥାନ୍ତି । ଆସନ୍ତୁ ଜାଣିବା ଏ ଭଳି କିଛି ପରମ୍ପରା ସମ୍ପର୍କରେ..
ରଙ୍ଗ ବଦଳରେ ଅଙ୍ଗାର: ବିଶ୍ୱାସ ନ ହେଲେ ବି ସତ । ମଧ୍ୟପ୍ରଦେଶର ମାଲୱା ଏବଂ କର୍ଣ୍ଣାଟକର ଧାରୱାଡରେ ଅଂଚଳରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକମାନେ ହୋଲିକୁ ନିଆରା ଢ଼ଙ୍ଗରେ ପାଳନ କରିଥାନ୍ତି । ରଙ୍ଗ ବଦଳରେ ସେମାନେ ପରସ୍ପର ଉପରକୁ ଅଙ୍ଗାର ଫିଙ୍ଗି ଏହାକୁ ପାଳନ କରିଥାନ୍ତି । ଏହା ଦ୍ୱାରା ହୋଲିକା ରାକ୍ଷସୀ ମରିଯାଇଥାଏ ବୋଲି ବିଶ୍ୱାସ ରହିଛି ।
ପଥର ଫିଙ୍ଗି ଖେଳାଯାଇଥାଏ ହୋଲି: ରାଜସ୍ଥାନର ବାଂସୱାଡା ଓ ଡୁଙ୍ଗୁରପୁର ଆଦିବାସୀ ଅଂଚଳରେ ଲୋକେ ଏଠାରେ ପ୍ରଥମେ ରଙ୍ଗରେ ହୋଲି ଖେଳନ୍ତି । ହୋଲିକା ଦହନ ପରେ ଏହାର ନିଆଁରେ ଚାଲିଥାନ୍ତି । ଏହା ପରେ ଦୁଇ ଗୋଷ୍ଠୀ ହୋଇ ପରସ୍ପର ଉପରକୁ ପଥର ପିଙ୍ଗି ହୋଲି ପାଳନ କରିଥାନ୍ତି । ରକ୍ତ ବାହାରିଲେ ଶୁଭ ବୋଲି ସେମାନଙ୍କ ବିଶ୍ୱାସ ରହିଛି ।
ଘରୁ ପଳାଇ ଯାଇ ବାହା ହୁଅନ୍ତି ପ୍ରେମୀ ଯୁଗଳ: ମଧ୍ୟପ୍ରଦେଶର ଭୀଲ ଆଦିବାସୀ ଅଂଚଳରେ ହୋଲି ଦିନ ପ୍ରେମୀ ଯୁଗଳ ଘରୁ ପଳାଇ ଯାଇ ବିବାହ ବନ୍ଧନରେ ଆବଦ୍ଧ ହୁଅନ୍ତି । ଏଠାରେ ଏକ ହାଟ ବସେ, ସେଠାରେ ଜୀବନସାଥୀଙ୍କ ତଲାସ ମଧ୍ୟ ପୁଅ ଓ ଝିଅମାନେ କରିଥାନ୍ତି । ମନପସନ୍ଦ ସାଥୀ ପାଇଲେ ନାଚଗୀତ ଓ ମଉଜ କରି ବିବାହ କରନ୍ତି ।
ଶୋକ ପାଳନ କରାଯାଏ; ହରିୟାଣାର କୈଥଲ ଜିଲାରେ ଦୁସରପୁର ଗ୍ରାମରେ ହୋଲି ଦିନ ଶୋକ ପାଳନ କରାଯାଏ । ସେମାନେ ହୋଲି ପାଳନ କରନ୍ତି ନାହିଁ । ଲୋକକଥା ଅନୁସାରେ ବହୁତ ଦିନ ପୂର୍ବେ ଶ୍ରୀରାମ ସ୍ନେହୀ ଦାସ ନାମକ ଜଣେ ବାବାଙ୍କୁ ହୋଲି ଦିନ କିଛି ଲୋକ ଅପମାନିତ କରିଥିଲେ । ସେ ହୋଲିକା ଦହନ କୁଣ୍ଡକୁ ହେଇଁ ଜୀବନ ହାରିଥିଲେ । ଜଳୁଥିବା ସମୟରେ ସେ ଅଭିଶାପ ଦେଇଥିଲେ ହୋଲି ପାଳନ କଲେ ବହୁତ ବଡ କ୍ଷତି ହେବ । ସେବେଠାରୁ ଏଠାରେ ଆଉ ହୋଲି ପାଳନ ହେଉନି ।
BREAKING NEWS
- ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୫ ଓରାଙ୍ଗଉଟାନ
- ATCରେ ତ୍ରୁଟି, ବ୍ରିଟେନରେ ୧୦୦୦ ବିମାନ ବାତିଲ
- ବନ୍ୟା ପରେ ନେପାଳରେ ଭୂକମ୍ପ, ତୀବ୍ରତା ୫.୦…
- ଫାୟାର ସେଫ୍ଟି ନିୟମ ନମାନିଲେ ବନ୍ଦ ହେବ କୋଚିଂ ସେଣ୍ଟର…
- ବିଶ୍ୱରେ ସବୁଠୁ ଅଧିକ ଟଙ୍କା ପାଉଥିବା ପ୍ରଧାନମନ୍ତ୍ରୀ : ବଢ଼ିଲା ବାର୍ଷିକ ୧ ନିୟୁତ ଡଲାର
- ପାର୍ବଣ ଋତୁ ପୂର୍ବରୁ ସୁରକ୍ଷା ପ୍ରସ୍ତୁତି ପାଇଁ ଡିଜିପିଙ୍କ ନିର୍ଦ୍ଦେଶ;ଗୁଇନ୍ଦା ସୂଚନା ସଂଗ୍ରହ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଉପରେ ଗୁରୁତ୍ୱାରୋପ
- ଆଖୁ ଉତ୍ପାଦନ ବଢ଼ାଇବାକୁ ଆଧୁନିକ ଆଖୁ ଚାଷ ଉପରେ ଗୁରୁତ୍ୱ ବୃଦ୍ଧି କରିଛି ରାଜ୍ୟ
- “ମାଳିପୁଟ ମେଲୋଡିଜ୍” ଏହି ଦିନ ହେବ ରିଲିଜ;କୋରାପୁଟରେ ଜୀବନ ଓ ସଂଘର୍ଷର କାହାଣୀ କହିବ …
- ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ
- ଓଡ଼ିଶାରେ ଗୁଜୁରାଟର ସ୍ୱତନ୍ତ୍ର ଡିଆରଆଇ ଟିମ; କଲରାପତରିଆ ବାଘ ଛାଲ ଜବତ,ଜଣେ ଗିରଫ

Comments are closed.