Latest Odisha News

BREAKING NEWS

ବାଇ-ଲ ପ୍ରତ୍ୟାହାର ପ୍ରସଙ୍ଗରେ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଏକାମ୍ର କ୍ଷେତ୍ରର ଦୁଇ ମନ୍ଦିର ଅନନ୍ତବାସୁଦେବ ଓ ବ୍ରହ୍ନେଶ୍ୱର ମନ୍ଦିରରୁ ବାଇ ଲ’ ପ୍ରତ୍ୟାହାର କରି୍‌ବା ନେଇ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ । ବିକାଶରେ ବାଧା ସୃଷ୍ଟି କରୁଥିବାରୁ ବାଇ-ଲ ପ୍ରତ୍ୟାହାର ପାଇଁ କେନ୍ଦ୍ର ସଂସ୍କୃତି ସଚିବ ରାଘବେନ୍ଦ୍ର ସିଂଙ୍କୁ ଚିଠି ଲେଖିଛନ୍ତି ମୁପଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

ବାଇ ଲ ସେବାୟତମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି । ତେଣୁ ଶ୍ରୀମନ୍ଦିର ପରି ଏହି ଦୁଇ ମନ୍ଦିରରୁ ମଧ୍ୟ ଏହାକୁ ପ୍ରତ୍ୟାହାର କରିବା ପାଇଁ ଦାବି ହୋଇଛି ।

ବାଇ ଲ କୁ ନେଇ ମନ୍ଦିର ଭିତରେ ସୃଷ୍ଟି ହେଉଥିବା ପରିବେଶ ଲକ୍ଷାଧିକ ଭକ୍ତଙ୍କୁ ମଧ୍ୟ ଆଘାତ ପହଞ୍ଚାଇବ । ଆସନ୍ତା ମାର୍ଚ୍ଚ ୧୧ ତାରିଖରେ ମହାଶିବରାତ୍ରୀ ଅନୁଷ୍ଠିତ ହେବ । ଏହି ସମୟରେ ହଜାର ହଜାର ଭକ୍ତଙ୍କର ଏଠାରେ ସମାଗମ ହୋଇଥାଏ । ଏଥି ସହ ସେବାୟତଙ୍କ ସହଯୋଗ ବି ନିତାନ୍ତ ଆବଶ୍ୟକ ହୋଇଥାଏ ।

ଏନଏମଏ ପକ୍ଷରୁ ସେବାୟତ, ମନ୍ଦିର ପ୍ରଶାସକ ଓ ରାଜ୍ୟ ସରକାରଙ୍କ ମତାମତ ନେଇ ଏହାକୁ ଶୀଘ୍ର ପ୍ରତ୍ୟାହାର କରିବା ପାଇଁ ଚିଠିରେ ଉଲ୍ଲେଖ ରହିଛି ।

Leave A Reply

Your email address will not be published.