Latest Odisha News

BREAKING NEWS

ଚିଗର କୀଟ ପ୍ରତି ସାବଧାନ, କାମୁଡ଼ିଦେଲେ ବ୍ୟାପୁଛି ସ୍କ୍ରବ ଟାଇଫସ୍

ଭୁବନେଶ୍ୱର: ସାବଧାନ ମାତିଛି ସ୍କ୍ରବ ଟାଇଫସ୍। ଚିଗର ନାମକ କୀଟ କାମୁଡ଼ିଲେ ହେଉଛି ଏକ ପ୍ରକାର ରୋଗ। ବିଲ ବା ଜଙ୍ଗଲ ଯାଉଥିବା ଲୋକଙ୍କୁ ଏହା ହେଉଛି। ଏହି ରୋଗର ଲକ୍ଷଣ ହେଉଛି ଜ୍ୱର ଲାଗି ରହିବା। ଏଥିସହ ରୋଗୀର ମୃତ୍ୟୁ ଘଟିବାର ମଧ୍ୟ ସମ୍ଭାବନା ରହିଛି। ଚାଷୀ ଏବଂ ବିଲ ବା ଜଙ୍ଗଲରେ ଯାଉଥିବା ଲୋକ ଏହି ରୋଗରେ ଅଧିକାଂଶ ଆକ୍ରାନ୍ତ ହେଉଛନ୍ତି।

ଶରୀରର ଯେଉଁ ସ୍ଥାନକୁ ଏହି କୀଟ କାମୁଡେ, ସେଠାରେ ସ୍କିନ ଡେଡ୍ ହୋଇଯାଏ। ଯାହାକୁ ଏଚାର ବୋଲି କୁହାଯାଏ। ଏହାର ପରୀକ୍ଷା ସବୁ ଜିଲ୍ଲା ହସ୍ପିଟାଲର ଡିପିଏଚଏଲ ରେ ଏଲିଶା ପଦ୍ଧତିରେ ହେବାର ବ୍ୟବସ୍ଥା ରହିଛି। ଚିହ୍ନଟ ହେଲେ ଚିକିତ୍ସା ସହଜ। ଏହି ରୋଗ ହେଲେ ସାଧାରଣ ଆଣ୍ଟିବାଉଟିକ କାମ ଦେବ। ଯାହାର ଜ୍ୱର କମୁନି, ସେହି ରୋଗୀ ତୁରନ୍ତ ନିକଟସ୍ତ ମେଡିକାଲ ଯାଇ ରକ୍ତ ପରୀକ୍ଷା କରାନ୍ତୁ। କାରଣ ଏହାକୁ ପ୍ୟାରକସିଆ ପରନରିଜିନ କୁହାଯାଏ।

ପ୍ୟାରକସିଆ ପରନରିଜିନ ମାନଙ୍କୁ ସ୍କ୍ରବ ଟାଇଫସ ଟେଷ୍ଟ ପାଇଁ ନିର୍ଦ୍ଦେଶ ଅଛି। ବରଗଡ଼, ନବରଙ୍ଗପୁର, ସୁନ୍ଦରଗଡ଼ରେ ଏହି ରୋଗ ବ୍ୟାପୁଛି। ହେଲେ ସର୍ବାଧିକ ମାମଲା କେନ୍ଦୁଝରରୁ ଆସୁଛି। ଏଥିପ୍ରତି ସାବଧାନ ରହିବାରୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର।

Leave A Reply

Your email address will not be published.