Latest Odisha News

ଦିନିକିଆ କ୍ରିକେଟରେ ୧୦ ହଜାର ରନ ପୂର୍ଣ୍ଣ କଲେ ରୋହିତ

କଲମ୍ବୋ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଆନ୍ତର୍ଜାତୀୟ ଦିନିକିଆରେ ୧୦ ହଜାର ରନ ପୂର୍ଣ୍ଣ କରିଛନ୍ତି । ସେ ଷଷ୍ଠ ଭାରତୀୟ ଭାବେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରାହୁଲ ଡ୍ରାଭିଡ, ମହେନ୍ଦ୍ର ସିଂ ଧୋନୀ ଓ ବିରାଟ କୋହଲି ହି ସଫଳତା ହାସଲ କରି ସାରିଛନ୍ତି । ଚଳିତ ଏସିଆ କପ କ୍ରିକେଟରେ ରୋହିତ ୨୨ ରନ କରି ଖେଳୁଥିବା ବେଳେ ଏହି ସଫଳତା ଛୁଇଁଥିଲେ । ସେ ୨୪୧ ଦିନିକିଆରେ ୪୯ ଆଭରେଜରେ ଏହି ରନ ସଂଗ୍ରହ କରିଛନ୍ତି । ଏଥିରେ ୩୦ ଶତକ ଓ ୫୦ ଅର୍ଦ୍ଧଶତକ ସାମିଲ । ସେ ବିରାଟ କୋହଲିଙ୍କ ପରେ ଭାରତ ପକ୍ଷରୁ ଦ୍ରୁତ ୧୦ ହଜାର ରନ ସଂଗ୍ରହ କରିଛନ୍ତି ।

କୋହଲି ୨୦୫ ଇନିଂସରେ ଏବଂ ରୋହିତ ୨୪୧ ପାରୀରେ ଏହି କୀର୍ତିମାନ ସ୍ଥ୍‌ାପନ କରିଛନ୍ତି । ରୋହିତ ଦିନିକିଆ କ୍ରିକେଟରେ ସର୍ବାଧିକ ୩ଥର ଦ୍ୱିଶତକ ହାସଲ କରିଛନ୍ତି । ସବୁଠାରୁ ବଡ ସ୍କୋର ୨୬୫ ମଧ୍ୟ ତାଙ୍କ ନାମରେ ରହିଛି । ୨୦୧୯ ବିଶ୍ୱକପରେ ସେ ସର୍ବାଧିକ ଶତକ ହାସଲ କରିଥିଲେ ।

Leave A Reply

Your email address will not be published.