Latest Odisha News

BREAKING NEWS

ଶିଶୁ ପୁତ୍ରର ମୁଣ୍ଡବିହୀନ ଶରୀର ଉଦ୍ଧାର

ଯାଜପୁର: ଶିଶୁର ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରିଛି ପୋଲିସ । ଯାଜପୁର ଟାଉନ ଥାନା ଅନ୍ତର୍ଗତ ଚାଇନିପୁର ପଞ୍ଚାୟତ ବିଦ୍ୟାଧରପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ ।

ସୂଚନାଯୋଗ୍ୟ, ବିଦ୍ୟାଧରପୁର ଗାଁର ଅଶୋକ ତ୍ରିପାଠୀଙ୍କ ବାଡ଼ିରୁ ଦେଢ଼ ବର୍ଷ ଶିଶୁ ପୁତ୍ରର ମୁଣ୍ଡବିହୀନ ମୃତଦେହ ଉଦ୍ଧାର ହୋଇଛି । ମୃତ ଶିଶୁର ପେଟରେ କଟା ଦାଗ ରହିଛି । ବର୍ତ୍ତମାନ ସୁଦ୍ଧା ମୃତ ଶିଶୁର ପରିଚୟ ମିଳିନାହିଁ । ତେବେ ବଳି ପାଇଁ ଶିଶୁ ପୁତ୍ରକୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି । ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.