ବ୍ରହ୍ମପୁର: ବ୍ରହ୍ମପୁର ମହିଳା ଥାନା ପରିସରରେ ଶିଶୁ ଅନୁକୁଳ ଥାନା ଗୃହ ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି। ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ । ବ୍ରହ୍ମପୁର ଏସ୍ପି ଡା. ସର୍ବଣା ବିବେକ ଏମ୍, ଅତିରିକ୍ତ ଏସ୍ପି ଅସୀମ ପଣ୍ଡା ଏବଂ ରମେଶ ସେଠୀ, ବ୍ରହ୍ମପୁର ଟାଉନ ଏସ୍ଡିପିଓ ରାଜୀବ ଲୋଚନ ପଣ୍ଡା, ମହିଳା ଥାନା ଅଧିକାରୀ ଅଞ୍ଜଳି ବିଶ୍ବାଳଙ୍କ ସମେତ ଥାନା କର୍ମଚାରୀ ଉପସ୍ଥିତ ଥିଲେ। ମହିଳା ଥାନାରେ ଶିଶୁମାନଙ୍କୁ ଏକ ଅନୁକୂଳ ପରିବେଶ ପ୍ରଦାନ ଉଦ୍ଧେଶ୍ୟରେ ଏହି ବ୍ୟବସ୍ଥା କରାଯାଇଛି। ଅଭିଯୋଗକାରୀ କିମ୍ବା ପୀଡ଼ିତଙ୍କ ସାଥୀରେ ଥାନାକୁ ଆସୁଥିବା ଶିଶୁଙ୍କୁ ଏଠାରେ ରଖାଯିବ। ବିନା ଭୟରେ ଶିଶୁଟିଏ ଯେମିତି ଶାନ୍ତିରେ ରହିପାରିବ, ତାହାର ବ୍ୟବସ୍ଥା କରାଯାଇଛି। ଏଠାରେ ବିଶ୍ରାମ ସ୍ଥାନ, ସ୍ବତନ୍ତ୍ର ପରିଶ୍ରାଗାର, ଦୁଗ୍ଧପାନ ସ୍ଥାନ, ଖେଳଣା ଏବଂ ଅନ୍ୟାନ୍ୟ ସାମଗ୍ରୀ ରଖାଯାଇଛି। କାନ୍ଥବାଡ଼ରେ ମଧ୍ୟ ଭଳିକି ଭଳି ଚିତ୍ର ଅଙ୍କନ ହୋଇଛି। ଶିଶୁଙ୍କ ମାନସିକ ସ୍ଥିତିକୁ ବୁଝି ଥାନାକୁ ରୂପରଙ୍ଗ ଦିଆଯାଇଛି ବୋଲି ଏସ୍ପି ସର୍ବଣା ବିବେକ ଏମ୍ ପ୍ରକାଶ କରିଛନ୍ତି। ଏହି ଅବସରରେ ଆଇଜି ଭୋଇ ୱାନଷ୍ଟପ ସେଣ୍ଟର, ଶିଶୁ ମଙ୍ଗଳ କମିଟି, ଚାଇଲଡ ଲାଇନ କର୍ମଚାରୀଙ୍କ ସହିତ ଥାନା ସଂପର୍କରେ ଆଲୋଚନା କରିଥିଲେ।
BREAKING NEWS
- ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଛୋଟ ଧରଣର ଅଦଳବଦଳ
- ଡିଜିପି ସମ୍ମିଳନୀ: ବୁଧବାରଠୁ ଲୋକସେବା ଭବନରେ ବିଭିନ୍ନ କଟକଣା ଜାରି
- ମେଡିକାଲରୁ ଡିସଚାର୍ଜ ହେଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ
- ପୁଞ୍ଜିନିବେଶ ନାଁରେ ଆଇଟି ପ୍ରୋଫେସନାଲଙ୍କ ଠାରୁ ୧୯ ଲକ୍ଷ ୮୪ ହଜାର ଟଙ୍କା ଠକେଇ
- ଜାନୁଆରୀ ୫ରୁ ରାଜ୍ୟସ୍ତରୀୟ ଆଦିବାସୀ ମେଳା, ଓଡ଼ିଶା ସଂସ୍କୃତିର ଝଲକ ଦେଖିବେ ପ୍ରବାସୀ ଭାରତୀୟ
- ନାଗା ଓ ଶୋଭିତାଙ୍କ ୱେଡିଂ ରାଇଟ୍ସ ୫୦ କୋଟିରେ ବିକ୍ରୀ
- ୨୯ରେ ଭୁବନେଶ୍ଵରରେ ରୋଡ୍ ସୋ’ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଆମ୍ବ ଟାକୁଆ ଜାଉ ଖାଇ ଅସୁସ୍ଥ ଘଟଣା: ସୁସ୍ଥ ହେଇ ଘରକୁ ଫେରିଲେ ଟୁନି ମାଝୀ
- ଖୁବଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାମ
- ଶିଶୁ ଯତ୍ନ ଅନୁଷ୍ଠାନରେ ପୃଷ୍ଠପୋଷକ ହେବେ ବିଧାୟକ ଏବଂ ମନ୍ତ୍ରୀ!
Comments are closed.