Latest Odisha News

BREAKING NEWS

ଶ୍ରୀକ୍ଷେତ୍ର ଗୋସାଣୀ ପୂଜା କମିଟି ପକ୍ଷରୁ ଦିଆଗଲା ସ୍ୱଚ୍ଛ ଶ୍ରୀକ୍ଷେତ୍ର ବାର୍ତା

ପୁରୀ: ପୁରୀରେ ଗୋସାଣୀ ପୂଜା ବା ଦୁର୍ଗା ପୂଜାର ଚଳ ଚଂଚଳତା ଆରମ୍ଭ ହୋଇଗଲାଣି । ସମ୍ପୂର୍ଣ୍ଣ ଭିନ୍ନ ଶୈଳୀରେ ପୁରୀରେ ପାରମ୍ପାରିକ ରୀତି ନୀତିରେ ଏହାକୁ ପାଳନ କରାଯାଇଥାଏ । ଆଜି ଶ୍ରୀକ୍ଷେତ୍ର ଗୋସାଣୀ ପୂଜା କମିଟି ପକ୍ଷରୁ କିପରି ସ୍ୱଚ୍ଛ ବାତାବରଣରେ ଏହାକୁ ଆୟୋଜିତ କରାଯିବ ସେ ନେଇ ସଚେତନତାର ବାର୍ତା ଦିଆ ଯାଇଥିଲା । ବିଦ୍ୟାର୍ଥୀ ଓ ବୁଦ୍ଧିଜୀବୀମାନେ ମାଆ କାକୁଡି ଖାଇଙ୍କ ନିକଟରୁ ସ୍ୱଚ୍ଛ ଶ୍ରୀକ୍ଷେତ୍ର ବାର୍ତାର ଆରମ୍ଭ କରିଥିଲେ । ଏହା ପରେ ଦୋଳମଣ୍ଡପ ସାହି, ମାଟିମଣ୍ଡପ ସାହି, ବାଲିସାହି, ତିଆଡି ସାହି, ଗୁଡିଆ ସାହି, ହରଚଣ୍ଡୀ ସାହି. ଗୌଡବାଡ ସାହି ଓ ମଣିକର୍ଣ୍ଣିକା ସାହି ପରିକ୍ରମା କରିଥିଲେ ।

ପଲିଥିନ ବର୍ଜନ, ଡଷ୍ଟବିନର ବ୍ୟବହାର ଏବଂ ଜଳ ଓ ବିଦ୍ୟୁତ ଅପଚୟକୁ କିପରି କମ କରାଯାଇ ପାରିବ ସେଥିନେଇ ସଚେତନତା କରାଇଥିଲେ । ଏଥିରେ ଶଙ୍କର ପଣ୍ଡା, ସୁକାନ୍ତ ପଣ୍ଡା, ଦୀପକ ପଣ୍ଡା, ସତ୍ୟ ସାହୁ, ବିପିନ ମହାନ୍ତି, ବ୍ରଜକିଶୋର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.