Latest Odisha News

BREAKING NEWS

କାବୁଲରେ ଆତ୍ମଘାତି ବିସ୍ଫୋରଣରେ ଶହେ ଛାତ୍ରଛାତ୍ରୀଙ୍କ ମୃତ୍ୟୁ

କାବୁଲ: ତାଲିବାନ ଶାସନ ପରେ ଆଜି କାବୁଲର ଏକ ସ୍କୁଲରେ ଛାତି ଥରାଇ ଦେବା ଭଳି ଆତ୍ମଘାତି ବିସ୍ଫୋରଣ ଘଟିଛି । ଏଥିରେ ଶତାଧିକ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି । ଏହି ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ । କାବୁଲ ସହରର ପଶ୍ଚିମ ଦସତ-ଇ-ବାରଚି ଅଞ୍ଚଳର କାଜ ଏଜୁକେସନ ସେଂଟର ସ୍କୁଲରେ ଏହି ବିସ୍ଫୋରଣ ଘଟିଛି। ସକାଳ 7ଟା 30ରେ ଆତ୍ମଘାତୀ ବିସ୍ଫାରଣକାରୀ ପିଲାଙ୍କ ମଧ୍ୟକୁ ପଶି ଆସିଥିଲା ।

ବିସ୍ଫୋରଣ ଏତେ ଭୟାନକ ହୋଇଛି ଯେ ଛାତ୍ରଛାତ୍ରୀମାନଙ୍କ ହାତ ଗୋଡ ଛିଟିକି ଏଣେତେଣେ ପଡ଼ିଥିବା ଦେଖିବାକୁ ମିଳିଛି । ଏଭଳି ଆତ୍ମଘାତି ଆକ୍ରମଣକୁ ୟୁନିସେଫ ପକ୍ଷରୁ ମଧ୍ୟ ନିନ୍ଦା କରାଯାଇଛି । ସଭ୍ୟ ସମାଜରେ ଏହାକୁ କଦାପି ଗ୍ରହଣ କରାଯିବ ନାହିଁ , ୟୁନିସେଫ କହିଛି । ସ୍କୁଲରେ ଶାନ୍ତି ନିହାତି ଦରକାର । ଛାତ୍ର ଛାତ୍ରୀଙ୍କ ପ୍ରତି ଏଭଳି ହିଂସାକୁ କଡାସ୍ବରରେ ନିନ୍ଦା କରିଛି ୟୁନିସେଫ ।  ବିଦ୍ୟାଳୟରେ ଆତ୍ମଘାତୀ ବିସ୍ଫୋରଣକୁ ନେଇ ସାରା ବିଶ୍ବବାସୀ ମଧ୍ୟ ନିନ୍ଦା କରିଛନ୍ତି ।  ତାଲିବାନର ବର୍ଷେ ଶାସନ ଭିତରେ ଆତ୍ମଘାତି ଆକ୍ରମଣ ମାମଲା କମିବାର ନାମ ଧରୁନାହିଁ ।

Leave A Reply

Your email address will not be published.