ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲ୍ରେ ଶିଶୁ ଅଦଳବଦଳ ଘଟଣା । ଆଜି ମାଆ ଏବଂ ଶିଶୁର ଡିଏନଏ ଟେଷ୍ଟ ପାଇଁ ଡାକ୍ତରୀ ଟିମ୍ ସାମ୍ପୁଲ ସଂଗ୍ରହ କରିଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଉପସ୍ଥିତିରେ ସାମ୍ପୁଲ ସଂଗ୍ରହ କରାଯାଇଛି । ତେବେ ସୂଚନା ମୂତାବକ ଗତ କିଛି ଦିନ ତଳେ ହସ୍ପିଟାଲରେ ଶିଶୁ ଅଦଳବଦଳ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ପୁଅ ହୋଇଛି କହି ଝିଅ ଧରାଇବା ଭଳି ସାଂଘାତିକ ଅଭିଯୋଗ ଆଣିଥିଲେ ରାଜକନିକା ଅଞ୍ଚଳର ଜଣେ ବ୍ୟକ୍ତି । ପୁଅ ହେଲା ବୋଲି ତାଙ୍କୁ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଥିଲା । ମାତ୍ର ଫଟୋ ଉଠାଇବାବେଳେ ସେ ଝିଅ ହୋଇଥିବା ଦେଖିଥିଲେ ।
ଡିଏନଏ ଟେଷ୍ଟ ହେଉ, ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ମାଆ ଓ ଛୁଆଙ୍କୁ ନେବିନି ବୋଲି ସେହି ବ୍ୟକ୍ତି ଜଣଙ୍କ କହିଥିଲେ । ହସ୍ପିଟାଲ ନିର୍ଦ୍ଦେଶକଙ୍କ ନିକଟରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଅଭିଯୋଗ କରିଥିଲେ । ଅଭିଯୋଗକୁ ଗ୍ରହଣ କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ । ଶେଷରେ କ୍ୟାପିଟାଲ ଥାନା ପକ୍ଷରୁ ଡିଏନଏ ପରୀକ୍ଷା ପାଇଁ କୋର୍ଟଙ୍କ ଅନୁମତି ଲୋଡିଥିଲା ଥାନା ପୋଲିସ । ଏଥିପାଇଁ ଭୁବନେଶ୍ବର କୋର୍ଟ ଡିଏନଏ ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରିଥିଲେ । ଆଜି ମାଆ ଏବଂ ଶିଶୁର ଡିଏନଏ ପରୀକ୍ଷା ପାଇଁ ସାମ୍ପୁଲ ସଂଗ୍ରହ କରାଯାଇଥିବା ସୂଚନା ମିଳିଛି । ସେପଟେ ଏହି ଘଟଣାରେ ଗାଇନିଂ ଓ୍ବାର୍ଡର ଜଣେ ମହିଳା ଆଟେଣ୍ଡାଣ୍ଟଙ୍କୁ ନିଲମ୍ବିତ କରାଯାଇଥିଲା । ଦାୟିତ୍ବରେ ଅବହେଳା ପାଇଁ ହସ୍ପିଟାଲ ନିର୍ଦ୍ଦେଶକ ତାଙ୍କୁ ସସ୍ପେଣ୍ଡ କରିଥିଲେ ।
Comments are closed.