Latest Odisha News

BREAKING NEWS

ସାଇବର ଠକେଇରେ ଲାଗିବ ବ୍ରେକ୍, ଆରମ୍ଭ ହୋଇଛି ସଚେତନତା କାର୍ଯ୍ୟକ୍ରମ

ଯାଜପୁର: ରାଜ୍ୟରେ ଦିନକୁଦିନ ବଢ଼ିବାରେ ଲାଗିଛି ସାଇବର ଠକେଇ । ବଡ ବଡ ଶିକ୍ଷିତ ଲୋକମଧ୍ୟ ଫସିଯାଉଛନ୍ତି ଠକଙ୍କ ଜାଲରେ । ତେଣୁ ସାଇବର ଠକେଇକୁ ରୋକିବା ଲକ୍ଷ୍ୟରେ ରାଜ୍ୟରେ ଆରମ୍ଭ ହୋଇଛି ସଚେତନତା କାର୍ଯ୍ୟକ୍ରମ । ଜନସାଧାରଣଙ୍କୁ ସାଇବର ଠକେଇରୁ ସୁରକ୍ଷା ଦେବାକୁ ସାଇବର ସୁରକ୍ଷା ସମ୍ପର୍କିତ ସଚେତନତାକୁ ବ୍ୟାପକ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ରାଜ୍ୟରେ ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିଛନ୍ତି ।

ସାଇବର ଠକେଇରେ ସଚେତନତା ଆଣିବା ଉପରେ ଗୁରୁତ୍ୱ ଦେଇ ସମସ୍ତଙ୍କୁ ସତର୍କ ଓ ସୁରକ୍ଷିତ ରଖିବା ପାଇଁ ଆଜି ଯାଜପୁର ଜିଲ୍ଲା ମୁଖ୍ୟ କାର୍ଯ୍ୟଳୟରେ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ଏହି ସୁରକ୍ଷା ରଥକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ, କୋରେଇ ବିଧାୟକ ଆଶୋକ ବଳ, ଜିଲାପରିଷଦ ଅଧ୍ୟକ୍ଷା, ଯାଜପୁର ପୌରପାଳିକାର ଅଧ୍ୟକ୍ଷା ରଞ୍ଜୁଲତା ହୋତା, ଉପାଧ୍ୟକ୍ଷ ସନ୍ତୋଷ ମଳିକ  ସହିତ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, ଏସ ପି ଭିନିତ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ । ଏହି ରଥ ଜିଲାର ୧୦ଟି ବ୍ଲକ ଓ ୨ଟି ପୌରପାଳିକା ପରିକ୍ରମା କରି ଲୋକଙ୍କୁ ସଚେତନ କରିବ ।

Leave A Reply

Your email address will not be published.