Latest Odisha News

BREAKING NEWS

ପିଲା ଚୋରି ଖବର ମିଛ: ଏସପି

ପୁରୀ: ପୁରୀ ସହରରେ ପିଲା ଚୋରିକୁ ଗୁଜବ ଓ ମିଥ୍ୟା ବୋଲି ପୁରୀ ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଶ୍ରୀ ମିଶ୍ର କହିଛନ୍ତି, ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପିଲା ଚୋରି ବିଷୟରେ ବିଭିନ୍ନ ଗଣମାଧ୍ୟମ ତଥା ସୋସିଆଲ ମିଡିଆରେ ଗତ କିଛିଦିନ ହେବ ବିଭ୍ରାନ୍ତିକର ଖବର ପ୍ରକାଶ ପାଇଛି। ଏହି ଖବର ସଂପୂର୍ଣ୍ଣ ରୂପେ ଏକ ଗୁଜବ, ମିଥ୍ୟା ଓ ଭିତ୍ତିହୀନ ଅଟେ। ଯଦି କେହି ଅଜଣା ବ୍ୟକ୍ତି କୌଣସି ଅଞ୍ଚଳରେ ବୁଲୁଛନ୍ତି କିମ୍ବା ତାଙ୍କର ଗତିବିଧି ସନ୍ଦେହ ଜନକ ମନେହୁଏ ତେବେ ନିକଟସ୍ଥ ପୋଲିସ ଥାନା କିମ୍ବା ଜରୁରୀକାଳୀନ ନମ୍ବର ୧୧୨କୁ ତୁରନ୍ତ ଜଣାନ୍ତୁ ବୋଲି ସେ କହିଛନ୍ତି।

ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଉକ୍ତ ଅଜଣା ଓ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ କୌଣସି ପ୍ରକାର ମାନସିକ କିମ୍ବା ଶାରୀରିକ ନିର୍ଯାତନା ଦିଅନ୍ତୁ ନାହିଁ । ଏପରି କଲେ ଉକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ।ତେବେ ଗତକାଲି ସହରରେ ଦୁଇଟି ଘଟଣାରେ ଦୁଇ ଜଣ ବ୍ୟକ୍ତିଙ୍କୁ ପିଲା ଚୋର ସନ୍ଦେହରେ ଅଟକ ଥିଲେ ଲୋକେ ।ସେମାନଙ୍କୁ ମାଡ଼ ମାରିବାର ଚିତ୍ର ମଧ୍ୟ ସୋସିଆଲ ମିଡିଆରେ ଘୁରି ବୁଲିଥିଲା ।ତେବେ ସେମାନଙ୍କୁ ଉଦ୍ଧାର କରି ଅଟକ ରଖିଥିଲା ପୋଲିସ। ପଚରାଉଚରା କରିବା ଓ ମେଡ଼ିକାଲ ଚେକ୍ ଅପ୍ ପରେ ସେମାନଙ୍କ ମାନସିକ ସ୍ଥିତି ଠିକ୍ ନଥିବା ଜଣା ପଡ଼ିଥିବା କଥା କହିଛନ୍ତି ଏସପି ।ତେବେ ଏଭଳି ସ୍ଥଳରେ କୌଣସି ବି ବ୍ୟକ୍ତି ବିଶେଷ ଗୁଜବ ରେ ନ ପଡ଼ିବା ସହ ଆଇନ କୁ ହାତକୁ ନ ନେବାକୁ ଅପିଲ କରିଛି ପୁରୀ ପୋଲିସ ।

Comments are closed.