Latest Odisha News

BREAKING NEWS

ନବୀନ ପଟ୍ଟନାୟକଙ୍କ ହାତରେ ରାକ୍ଷୀ ବାନ୍ଧିଲେ କୁନି କୁନି ପିଲା ଓ ବିଭିନ୍ନ ଅନୁଷ୍ଠାନର ଲୋକମାନେ

ଭୁବନେଶ୍ୱର: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ରାକ୍ଷୀ ବାନ୍ଧି ଶୁଭେଚ୍ଛା ଜଣାଇଛନ୍ତି ବିଭିନ୍ନ ଅନୁଷ୍ଠାନ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ମାନେ । ଶ୍ରୀ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା ଗ୍ରହଣ କରି ସମସ୍ତଙ୍କୁ ରାକ୍ଷୀ ପାଇଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଭୁବନେଶ୍ୱର ଭରତପୁର ସ୍ଥିତ ଲୁଇ ବ୍ରେଲି ଦୃଷ୍ଟି ବାଧିତ ବିଦ୍ୟାଳୟର କୁନି କୁନି ଝିଅ ମାନେ ପ୍ରଥମେ ଶ୍ରୀ ପଟ୍ଟନାୟକ ଙ୍କୁ ରାକ୍ଷୀ ବାନ୍ଧି ଶୁଭେଚ୍ଛା ଜଣାଇଥିଲେ । ଏହାପରେ ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ପିଲା ମାନଙ୍କୁ ଆଶୀର୍ବାଦ କରିବା ସହ ସମସ୍ତଙ୍କୁ ଉପହାର ଦେଇଥିଲେ । ପରେ ପରେ ଲା କିଡ଼ସ ପ୍ଲେ ସ୍କୁଲ ର କୁନି କୁନି ପିଲାମାନେ ରାଖୀ ବାନ୍ଧି ଥିଲେ ।

ସେହିପରି, ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସଙ୍କ ନେତୃତ୍ୱରେ ବିଭିନ୍ନ ୱାର୍ଡ ର କର୍ପୋରେଟର ମାନେ ମଧ୍ୟ ନବୀନ ପଟ୍ଟନାୟକଙ୍କୁ ଭେଟି ରାକ୍ଷୀ ବାନ୍ଧି ଥିଲେ ।

ପୂର୍ବତନ ମନ୍ତ୍ରୀ ଉଷା ଦେବୀ, ବିଜୁ ଜନତା ଦଳ ମୁଖପାତ୍ର ଲେଖାଶ୍ରୀ ସାମନ୍ତ ସିଂହାର, ଭାରତ ସ୍କାଉଟ ଏବଂ ଗାଇଡିସ୍ ର ସ୍ବେଛାସେବୀ ମାନେ, ଭୁବନେଶ୍ୱର ବ୍ରହ୍ମକୁମାରୀ ବିଶ୍ୱବିଦ୍ୟାଳୟର ବ୍ରହ୍ମକୁମାରୀ ଓ ବ୍ରାହ୍ମକୁମାର ମାନେ, ଲିଙ୍ଗରାଜ ବିହାର ଓ ଏୟାର ପୋର୍ଟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଛାତ୍ରୀ ଓ ସମାଜର ବିଭିନ୍ନ ବର୍ଗ ର ଜନସାଧାରଣ ମାନେ ପଟ୍ଟନାୟକଙ୍କୁ ରାକ୍ଷୀ ବାନ୍ଧି ଶୁଭେଚ୍ଛା ଜଣାଇଥିଲେ ।

Comments are closed.