Latest Odisha News

BREAKING NEWS

ଭୁଲ୍ ଇଞ୍ଜେକ୍‌ସନ ଯୋଗୁଁ ନାବାଳକର ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଚରମ ଅବହେଳା ଅଭିଯୋଗ। ଭୁଲ୍ ଇଞ୍ଜେକ୍‌ସନ ଯୋଗୁଁ ଜଣେ ୧୧ ବର୍ଷ ନାବାଳକର ଜୀବନ ଚାଲିଯାଇଥିବା ଭଳି ସାଂଘାତିକ ଅଭିଯୋଗ ଆସିଛି। ନାବାଳକ ମୃତ୍ୟୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା। ଖୋର୍ଦ୍ଧା ଚାନ୍ଦପୁରରୁ ଆସିଥିବା ପରିବାରର ହସ୍ପିଟାଲ ସମ୍ମୁଖରେ ହଙ୍ଗାମା କରୁଛନ୍ତି। ସାଇକେଲ ଧକ୍କାରେ ଆହତ ହୋଇ ଆସିଥିବା ଶିଶୁର ମୃତ୍ୟୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି।

କାନ୍ଦ ବୋବାଳିରେ ଫାଟୁଛି ମେଡିକାଲ ପରିସର। ପୋଷ୍ଟମର୍ଟମ ଓ୍ବାର୍ଡରେ ଉତ୍ତେଜନା କରୁଛନ୍ତି ପରିବାର। ସମସ୍ତଙ୍କୁ ବୁଝାସୁଝା ପାଇଁ ପୋଲିସ ଉଦ୍ୟମ ଚଳାଇଛି। ମୃତକର ପରିବାର ଡାକ୍ତର ଓ ନର୍ସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବସି ରହିଛନ୍ତି। ଏନେଇ ହସ୍ପିଟାଲ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। । କିନ୍ତୁ ଡାକ୍ତରଙ୍କ ଭୁଲ ଚିକିତ୍ସା ଓ ଷ୍ଟାଫ୍ ନର୍ସଙ୍କ ଭୁଲ ଇଞ୍ଜେକ୍ସନ ପାଇଁ ୧୧ ବର୍ଷର ନାବାଳକ ସାଇର ଜୀବନ ଚାଲି ଯାଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ ମୃତ ନାବାଳକ ସାଇ ଗତକାଲି ସାଇକେଲ ଚଲାଉଥିବା ବେଳେ ସାଇକେଲରୁ ପଡ଼ି ଯାଇଥିଲେ । ଅସୁସ୍ଥ ହେବାରୁ ତାଙ୍କୁ ପ୍ରଥମେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ପରିବାର ଲୋକେ। ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କ୍ୟାପିଟାଲ ହସ୍ପିଟାଲ୍ କୁ ପରିବାର ଲୋକେ ଆଣିଥିଲେ । କିନ୍ତୁ ସେଠାରେ ଡାକ୍ତରଙ୍କ ଭୁଲ ଚିକିତ୍ସା ଓ ନର୍ସଙ୍କ ଭୁଲ ଇଞ୍ଜେକ୍ସନ ପାଇଁ ତାଙ୍କର ଜୀବନ ଚାଲିଯାଇଥିବା ସେ ଅଭିଯୋଗ କରିଛନ୍ତି। ସାଇଙ୍କ ଏଭଳି ଅସ୍ୱାଭାବିକ ମୃତ୍ୟୁକୁ ନେଇ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି । କ୍ୟାପିଟାଲ ହସ୍ପିଟାଲ ଶବ ବ୍ୟବଚ୍ଛେଦ ଗୃହ ସାମ୍ନାରେ ଚାପା ଉତ୍ତେଜନା ଥିବାରୁ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଛି। ପୂର୍ବତନ ବିଧାୟକ ସୁରେଶ ରାଉତରାୟ ଘଟଣାସ୍ଥଳରେ ପହଞ୍ଚି ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି।

Comments are closed.