Latest Odisha News

BREAKING NEWS

ଚିଲିକା ଡଙ୍ଗା ବୁଡ଼ି ଘଟଣା: ବୋଟ୍ ମାଲିକଙ୍କ ସମେତ ୪ ଗିରଫ

ବାଲୁଗାଁ: ଚିଲିକାରେ ଡଙ୍ଗାବୁଡ଼ି ୬ ଜଣ ଆହତ ହୋଇଥିବା ବେଳେ ଏହି ଘଟଣାର ଦିନକ ପରେ ସୋମବାର ଦିନ ବୋଟ୍ ମାଲିକଙ୍କ ସମେତ ୪ ଜଣଙ୍କୁ ଏହି ଘଟଣାରେ ଗିରଫ କରି କୋର୍ଟକୁ ଚାଲାଣ କରିଛି ।

BjdElectrycity

ଚିଲିକା ତହସିଲଦାର ଏବଂ ଚିଲିକା ଫିସରିଜ୍ ଅଫିସରଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଅଶୋକ କୁମାର ଜାଲି, ଶତୃଘ୍ନ ଜାଲି, ବିଶେଖ ଜାଲି ଏବଂ ନବଘନ ଜାଲିଙ୍କୁ ଗିରଫ କରିଛି ।

ଏହି ଘଟଣାପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମଙ୍ଗଳବାର ଠାରୁ ସମସ୍ତ ଡଙ୍ଗାଗୁଡ଼ିକର ଲାଇସେନ୍ସ ଜାଞ୍ଚ ହେବା ସହିତ ପ୍ୟାସେଞ୍ଜର ମାନଙ୍କୁ ଲାଇଫ ଜ୍ୟାକେଟ ପ୍ରଦାନ କରାଯିବାକୁ ସ୍ଥିର ହୋଇଛି ।

ଏଠାରେ ସୂଚନାଯୋଗ୍ୟ, ୫ଟା ସମୟରେ ବରକୂଳରୁ ୧୮ ଜଣ ପିକନିକ ପରିଦର୍ଶକଙ୍କୁ ଡଙ୍ଗାରେ ବସାଇ ନିଆଯାଉଥିବା ବେଳେ ଚିଲିକା ହ୍ରଦର ଚନ୍ଦ୍ରପୁର ଆଙ୍କୁଲା ଗ୍ରାମ ନିକଟରେ ଡଙ୍ଗାଟି ବୁଡ଼ିଯାଇଥିଲା । ସ୍ଥାନୀୟ ଜନସାଧାରଣ ଏବଂ କେତେକ ମତ୍ସ୍ୟଜୀବୀ ଏହି ବ୍ୟକ୍ତିମାନଙ୍କୁ ଜଳରୁ ଉଦ୍ଧାର କରିପାରିଥିଲେ । ଅନ୍ୟ କିଛି ଯାତ୍ରୀଙ୍କୁ ଦମକଳ ବାହିନୀ ଓଡ୍ରାଫ ଟିମ ପକ୍ଷରୁ ଉଦ୍ଧାର କରାଯାଇଥିଲା ।

ଏହି ଘଟଣାରେ ଆହତ ହୋଇଥିବା ୬ ଜଣ ଯାତ୍ରୀଙ୍କୁ ବାଲୁଗାଁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ତୁରନ୍ତ ଭର୍ତ୍ତି କରାଯାଇଥିିଲା । ପରେ ଏହି ଆହତ ଯାତ୍ରୀମାନଙ୍କୁ ରାଜଧାନୀସ୍ଥିତ କ୍ୟାପିଟାଲ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।

Leave A Reply

Your email address will not be published.