Latest Odisha News

BREAKING NEWS

[ଭିଡିଓ] ମାଲକାନଗିରି –ଭଦ୍ରାଚଲମ୍ ରେଳ ଲାଇନ ପ୍ରକଳ୍ପ ଅଗ୍ରଗତି ସମ୍ବଦ୍ଧରେ ସମୀକ୍ଷା କଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ମାଲକାନଗିରି : କେନ୍ଦ୍ର ରେଳବାଇ ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ମାଲକାନଗିରି ଗସ୍ତରେ ଯାଇଛନ୍ତି । ମାଲକାନଗିରି ଗସ୍ତ ସମୟରେ ରେଳବାଇ ଅଧିକାରୀ ଏବଂ ସ୍ଥାନୀୟ ଜନ ପ୍ରତିନିଧିମାନଙ୍କ ସହିତ ପ୍ରସ୍ତାବିତ ମାଲକାନଗିରି -ଭଦ୍ରାଚଳମ୍ ରେଳ ଲାଇନ ପ୍ରକଳ୍ପ ଅଗ୍ରଗତି ସମ୍ବଦ୍ଧରେ ସମୀକ୍ଷା କରିଛନ୍ତି ରେଳମନ୍ତ୍ରୀ ।

୧୭୪ .୪୧୬ କିଲୋମିଟର ଲମ୍ବା ମାଲକାନଗିରି-ଭଦ୍ରାଚଲାମ ପ୍ରସ୍ତାବିତ ରେଳ ଲାଇନ ପ୍ରକଳ୍ପକୁ ସେପ୍ଟମ୍ବର ୯ ତାରିଖ ୨୦୨୧ ରେ ରେଳବାଇ ବୋର୍ଡ ଦ୍ୱାରା ସ୍ୱିକୃତି ଦିଆଯାଇଛିା ଯାହାର ଆନୁମାନିକ ମୂଲ୍ୟ ୨୮୦୦ ଶହ କୋଟି ଟଙ୍କା ହେବ । ଏହି ପ୍ରକଳ୍ପରେ ୪୮ଟି ଗୁରୁତ୍ୱପୂର୍ଣ୍ଣ ଏବଂ ୧୬୫ଟି ଛୋଟ ବ୍ରିଜ ସହିତ ୨୧୩ଟି ସେତୁ ରହିବ ।

ଏହି ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକରେ ଓଡ଼ିଶାର ୬ଟି ଷ୍ଟେସନ୍ ମାଲକାନଗିରି, ବାଦଲି, କୋୱାସିଗୁଡା, ରାଜଙ୍ଗୁଡା, ମହାରାଜାପଲ୍ଲୀ ଓ ଲୁଣୀମାନଗୁଡା ଥିବାବେଳେ ତେଲେଙ୍ଗାନାର କନ୍ନପୁରମ୍, କୁଟୁଗୁଟା, ପାଲୁ, ନନ୍ଦିଗାମ, ଭଦ୍ରାଚଲମ୍ ଏବଂ ପାଣ୍ଡୁରଙ୍ଗାପୁରମ୍ ଠାରେ ଷ୍ଟେସନ୍ ନିର୍ମାଣ କରାଯିବ |

ସର୍ଭେ (FLS) ପାଇଁ ଆନୁମାନିକ ମୂଲ୍ୟ ୩୦୭.୬୪  ଲକ୍ଷ ଟଙ୍କା ଜାନୁୟାରୀ ୨୦୨୨ ରେ ମଞ୍ଜୁର ହୋଇଛି। ୨ ୩୧ଲକ୍ଷ ଟଙ୍କା ସର୍ଭେ ପାଇଁ ୨୭ ଫେବୃୟାରୀ ରେ ଟେଣ୍ଡର ଆୱାର୍ଡ କରାଯାଇଅଛି | ଏହି ପ୍ରକଳ୍ପର ବିଭିନ୍ନ ଦିଗକୁ ଅଧ୍ୟୟନ ପରେ ଆଲାଇନମେଣ୍ଟ ଚୂଡାନ୍ତ କରାଯାଇଅଛି | ଜୁନ୍୨୦୨୨ ସୁଦ୍ଧା ସର୍ଭେ କାର୍ଯ୍ୟ ସମାପ୍ତ ହେବ |

Leave A Reply

Your email address will not be published.