Latest Odisha News

ଖାରଜ ହେଲା ଜାମିନ, ଜେଲ ଗଲେ ଜଗଦ୍ଦେବ

ଜାମିନ ଖାରଜ ହେବା ପରେ ଜେଲ ଗଲେ ପ୍ରଶାନ୍ତ ଜଗଦ୍ଦେବ । ଆଜି କୋର୍ଟରେ ହାଜର ହେବା ପରେ ପୁଣି ଜେଲକୁ ଫେରିଛନ୍ତି ଚିଲିକା ବିଧାୟକ । ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେବା ମାମଲାରେ ଜେଲ ଯାଇ ଅନ୍ତରୀଣ ଜାମିନରେ ଥିଲେ ଜଗଦ୍ଦେବ । ତେବେ ତାଙ୍କ ଜାମିନ ଆବେଦନକୁ ଖାରଜ କରି ହାଇକୋର୍ଟ କହିଥିଲେ ମେ’ ୨୩ ତାରିଖ ସୁଦ୍ଧା ତାଙ୍କୁ ଜେଲ ଯିବାକୁ ପଡ଼ିବ  ।

ଲୋକଙ୍କ ଉପରେ ଗାଡ଼ି ଚଢ଼ାଇବା ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ କୋର୍ଟ କହିଥିଲେ, ତାଙ୍କ ଦେହ ଖରାପ ଥିଲେ, ସେ ଜେଲରେ ଥାଇ ଚିକିତ୍ସା ସୁବିଧା ନେଇପାରିବେ  । କିନ୍ତୁ ତଦନ୍ତ ଚାଲିଥିବା ବେଳେ ତାଙ୍କୁ ଆଉ ଜାମିନ ଦିଆଯାଇ ପାରିବ ନାହିଁ  । କୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ, ଯେଉଁଭଳି ଭାବେ ଅଭିଯୁକ୍ତ ଜଣକ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇଦେଲେ ଏବଂ ଅନେକ ଲୋକଙ୍କୁ ଆହତ କଲେ, ଏହା ଜଣେ ଜନପ୍ରତିନିଧିଙ୍କୁ ଆଦୌ ଶୋଭା ଦିଏ ନାହିଁ  । ତାଙ୍କୁ ଜାମିନ ଦେଲେ ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେବ ବୋଲି କୋର୍ଟ ଆଶଙ୍କା ପ୍ରକଟ କରୁଛନ୍ତି  ।

ପୌର ନିର୍ବାଚନ ପରେ ମାର୍ଚ୍ଚ ୧୨ରେ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ  । ଏଥିରେ ସାଧାରଣ ଲୋକଙ୍କ ସହ ପୋଲିସ୍ କର୍ମୀ ବି ଆହତ ହୋଇଥିଲେ  । ଏହାପରେ ତାଙ୍କୁ ମାର୍ଚ୍ଚ ୨୨ରେ ଗିରଫ କରାଯାଇଥିଲା  । ମାର୍ଚ୍ଚ ୩୧ରେ ବାଣପୁର ଜେଏମଏଫସି କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ ଓ ଏହାପରେ ସେ ଜେଲ ଯାଇଥିଲେ  ।
Leave A Reply

Your email address will not be published.