Latest Odisha News

BREAKING NEWS

ସିଗାରେଟ କିଣାକୁ ନେଇ ବଚସା, ଦୋକାନୀର ଆକ୍ରମଣରେ ଗ୍ରାହକର ମୃତ୍ୟୁ

ଅନୁଗୋଳ: ସିଗାରେଟ କିଣାକୁ ନେଇ ବଚସା ପରେ ହତ୍ୟା । ଦୋକାନୀ ସିଗାରେଟ ଦେବାରେ ବିଳମ୍ବ କରିବାରୁ ଦୁଇ ଜଣଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା ପରେ ଏହାର ଚରମ ପରିଣତି ଦେଖିବାକୁ ମିଳିଛି। ଘଟଣାଟି ଘଟିଛି ଅନୁଗୋଳ ସଦର ଥାନା ଅନ୍ତର୍ଗତ ନୂଆସାହି ଗ୍ରାମରେ।

ସୂଚନା ଅନୁସାରେ ନୂଆସାହି ଗାଁର ଇନ୍ଦ୍ରମଣି ସାହୁଙ୍କ ପୁଅ ଲଲିତ ସାହୁ ଛକରେ ଦୋକାନ କରିଥିବା ଦୁଷ୍ମନ୍ତ ସାହୁଙ୍କ ଦୋକାନକୁ ଆସି ସିଗାରେଟ୍ ମାଗିଥିଲେ । କିନ୍ତୁ ଦୋକାନୀ ସିଗାରେଟ୍ ଦେବାରେ ବିଳମ୍ବ ହେବାରୁ ଦୋକାନୀ ଦୁଷ୍ମନ୍ତ ସାହୁ ଏବଂ ଲଲିତ ସାହୁ ମଧ୍ୟରେ ବଚସା ହୋଇଥିଲା । ଏହି ଘଟଣାକୁ କେନ୍ଦ୍ର କରି ଦୁଷ୍ମନ୍ତ ନିଜର ସପରିବାର ବାପା ବିଜୟ ସାହୁ ଏବଂ ଭାଇ ପିଣ୍ଟୁ ସାହୁଙ୍କ ସହିତ ଲଳିତ ସାହୁଙ୍କ ଘରକୁ ଯାଇଥିଲେ । ଏହାପରେ ଘର ସାମ୍ନାରେ ଲଳିତ ଛିଡା ହୋଇଥିବା ଦେଖି ଦୁଷ୍ମନ୍ତ ଏକ ଧାରୁଆ ଛୁରୀରେ ଆକ୍ରମଣ କରିଥିଲେ। ଏହାପରେ ଲଳିତଙ୍କ ବେକରେ ଲୁହା ପାଇପରେ ମାଡ ମାରି ଆଘାତ ଦେଇଥିଲେ। ପରେ ଲଳିତଙ୍କୁ ଗୁରୁତର ଅବସ୍ଥାରେ ପରିବାର ବର୍ଗ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। କିନ୍ତୁ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ଏହି ଘଟଣାରେ ଅଭିଯୁକ୍ତ ମାନେ ଫେରାର ଥିବା ସୂଚନା ରହିଛି।

Leave A Reply

Your email address will not be published.