Latest Odisha News

BREAKING NEWS

୩ରୁ ୪ ଡିଗ୍ରୀ ଯାଏ ଖସିବ ପାରଦ, ବଢ଼ିବ ଶୀତ

ଭୁବନେଶ୍ୱର: ଶୁଖିଲା ପାଗ ଭିତରେ ବଢ଼ିବ ଶୀତ । ଆଗାମୀ ୪ରୁ ୫ ଦିନ ମଧ୍ୟରେ ପାରଦ ରାଜ୍ୟର ପ୍ରାୟ ସ୍ଥାନରେ ଆହୁରି ଖସିବ । ସ୍ୱାଭାବିକ ତାପମାତ୍ରା ୩ରୁ ୪ କମିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଅନ୍ୟପଟେ ଆଜି ଭୋରରେ ରାଜ୍ୟର କେତେକ ସ୍ଥାନରେ କୁହୁଡ଼ି ଦେଖା ଯାଇଛି । ଫୁଲବାଣୀରେ ଘନ କୁହୁଡ଼ି ଅନୁଭୂତ ହୋଇଥିବା ବେଳେ ଦୃଶ୍ୟମାନ ଦୂରତା ଥିଲା ୧୦୦ ମିଟର । ବଲାଙ୍ଗିରରେ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ ହୋଇଥିବା ବେଳେ ଦୃଶ୍ୟମାନ ଦୂରତା ୩୦୦ ମିଟର, ଭବାନୀପାଟଣା ଓ ପାରଳାଖେମୁଣ୍ଡିରେ ହାଲୁକା କୁହୁଡ଼ି ଦୃଶ୍ୟମାନ ଦୂରତା ୭୦୦ ମିଟର ଥିଲା ।

ସେହିଭଳି କୋରାପୁଟର ସିମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୧୩.୧ ଡିଗ୍ରୀ, ବୌଦ୍ଧରେ ୧୩.୫ ଡିଗ୍ରୀ, କୋରାପୁଟରେ ୧୩.୮ ଡିଗ୍ରୀ, ଘୁ.ଉଦୟଗିରିରେ ୧୩.୮ ଡିଗ୍ରୀ ଓ ଫୁଲବାଣୀରେ ୧୫.୫ ଡିଗ୍ରୀ ଥିଲା ।

Leave A Reply

Your email address will not be published.