Latest Odisha News

BREAKING NEWS

ହତାଶ କଲେ ଟିମ ଇଣ୍ଡିଆ, ଫାଇନାଲରେ ଇଂଲଣ୍ଡ

ଆଡିଲେଡ: ଭାରତୀୟ କ୍ରିକେଟପ୍ରେମୀଙ୍କ ଆଜି ନିରାଶର କ୍ଷଣ ଥିଲା । ସେମିଫାଇନାଲରେ ଟିମ ଇଣ୍ଡିଆ ୧୦ ୱିକେଟରେ ଇଂଲଣ୍ଡଠାରୁ ପରାସ୍ତ ହୋଇ ଚାମ୍ପିୟନ ଦୌଡରୁ ବାଦ ପଡିଛି । ଫାଇନାଲ ମ୍ୟାଚ ପାକିସ୍ତାନ-ଇଂଲଣ୍ଡ ମଧ୍ୟରେ ଖେଳାଯିବ । ପ୍ରଥମେ ବ୍ୟାଟିଂ କରି ଭାରତ ୬ ୱିକେଟ ହରାଇ ୧୬୮ ରନ କରିଥିଲା । ବିରାଟ କୋହଲି ୫୦ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୬୩ ରନର ଚମତ୍କାର ଇନିଂସ ଖେଳିଥିଲେ । ତେବେ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଅଧିନାୟକ ରୋହିତ ଶର୍ମା ଓ କେଏଲ ରାହୁଲ ପୁନର୍ବାର ନିରାଶ କରିଥିଲେ । ସୂର୍ଯ୍ୟକୁମାର ଯାଦବ ୧୦ ରନ କରି ଆଉଟ ହୋଇଥିଲେ । ୧୬୯ ରନର ବିଜୟ ଲକ୍ଷ୍ୟକୁ ଇଂଲଣ୍ଡର ଦୁଇ ଓପନର ଜୋସ ବଟଲର ଓ ଆଲେକ୍ସ ହେଲ୍ସ ସହଜରେ ହାସଲ କରି ନେଇଥିଲେ । ବଟଲର ୮୦ ଏବଂ ହେଲ୍ସ ୮୬ ରନ କରି ଅପରାଜିତ ରହିଥିଲେ ।

ଭାରତୀୟ ବୋଲରଙ୍କ ପ୍ରଭାବହୀନ ପ୍ରଦର୍ଶନ ସମସ୍ତଙ୍କୁ ଚକିତ କରିଥିଲା । ନଭେମ୍ବର ୧୩ରେ ମେଲବୋର୍ଣ୍ଣରେ ଇଂଲଣ୍ଡ-ପାକିସ୍ତାନ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ପ୍ରଭାବୀ ପ୍ରଦର୍ଶନ ପାଇଁ ହେଲ୍ସ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Leave A Reply

Your email address will not be published.