Latest Odisha News

BREAKING NEWS

ବିଦେଶ ମନ୍ତ୍ରୀଙ୍କ ପରେ ଏବେ ଚୀନ ପ୍ରତିରକ୍ଷା ମନ୍ତ୍ରୀ ନିଖୋଜ: ସେନାକୁ ଏକତା ଏବଂ ସ୍ଥିରତା ବଜାଏ ରଖିବା ପାଇଁ ଆହ୍ୱାନ ଦେଲେ ରାଷ୍ଟ୍ରପତି

ବେଜିଂ:ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ କ୍ୟାବିନେଟରୁ ଆଉଜଣେ ମନ୍ତ୍ରୀ ନିଖୋଜ । ବିଦେଶ ମନ୍ତ୍ରୀ କିନ ଗାଙ୍ଗଙ୍କ ପରେ ଏବେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଲି ସଙ୍ଗଫୁ ନିଖୋଜ ଅଛନ୍ତି । ଜାପାନରେ ଥିବା ଆମେରିକା ରାଷ୍ଟ୍ରଦୂତ ରେହମ ଇମୈନୁଅଲ ପ୍ରଥମେ ଚୀନ ପ୍ରତିରକ୍ଷା ମନ୍ତ୍ରୀଙ୍କ ନିଖୋଜପ୍ରସଙ୍ଗ ଉଠାଇଥିଲେ । ସେ କହିଛନ୍ତି, ଚୀନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଗତ ୨ ସପ୍ତାହ ହେବ କୌଣସି ସାର୍ବଜନୀନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନି ।

ଆମେରିକା ରାଷ୍ଟ୍ରଦୂତ ରେହମ ଇମୈନୁଅଲ  ସୋସିଆଲ ମିଡିଆରେ ଏକ ପୋଷ୍ଟ କରି କହିଛନ୍ତି, ମିଦେଶମନ୍ତ୍ରୀ କିନ ଗାଙ୍ଗ ବି ନିଖୋଜ ଅଛନ୍ତି ।  ଏହା ପରେ ରକେଟ ଫୋର୍ସ କମାଣ୍ଡର ଏବଂ ଏବେ ପ୍ରତିରକ୍ଷା ମନ୍ତ୍ରୀ ନିଜେ ଦୁଇ ସପ୍ତାହ ହେଲା ଗାଏବ ହୋଇ ଯାଇଛନ୍ତି । ବେରୋଜଗାରୀର ଏହି ଦୌଡରେ କିଏ ଜିତିବ ? ଚୀନର ଯୁବଗୋଷ୍ଠୀ ନା ଜିନପିଙ୍ଗଙ୍କ କ୍ୟାବିନେଟ ?

ମିଳିଥିବା ଖବର ଅନୁଯାୟୀ, ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଶେଷଥର ପାଇଁ ୨୦୨୩ ଅଗଷ୍ଟ ୨୯ ତାରିଖରେ ଦେଖିବାକୁ ମିଳିଥିଲା। ଶେଷ ଥର ପାଇଁ ସେ ଚୀନ-ଆଫ୍ରିକା ପିସ ଆଣ୍ଡ ସିକ୍ୟୁରିଟି ଫୋରମକୁ ସମ୍ବୋଧିତ କରୁଥିବା ଦେଖିବାକୁ ମିଳିଥିଲା ।

ଏହା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ରୁଷର ଏକ ସୁରକ୍ଷା ସମ୍ମିଳନୀରେ ଦେଖିବାକୁ ମିଳିଥିଲା । ରୁଷ ସହ ବୈଠକରେ ମନ୍ତ୍ରୀ ଶଙ୍ଗଫୁ ଆମେରିକା ଉପରେ ବର୍ଷିଥିଲେ ।

ଏପଟେ ପ୍ରତିରକ୍ଷା ମନ୍ତ୍ରୀ ଗାଏବ ହେବା ପରେ ରାଷ୍ଟ୍ରପତି ସି ଜିନପିଙ୍ଗ ସେନାକୁ ଏକତା ଏବଂ ସ୍ଥିରତା ବଜାଏ ରଖିବାକୁ ଆହ୍ୱାନ ଦେଇଛନ୍ତି । କହିରଖିବୁ, ଲି ଶଙ୍ଗଫୁ ମାର୍ଚ୍ଚ ୨୦୨୩ରେ ମନ୍ତ୍ରୀ ଭାବେ ନିଯୁକ୍ତି ପାଇଥିଲେ ।

ଅନ୍ୟପକ୍ଷେ ଏକଥା ମଧ୍ୟ ଶୁଣିବାକୁ ମିଳୁଛି ଯେ ଚଳିତ ଜୁଲାଇରେ ଚୀନ ବିଦେଶ ମନ୍ତ୍ରୀ କିନ ଗାଙ୍ଗଙ୍କୁ କ୍ୟାବିନେଟରୁ ବାହାର କରି ଦିଆଯାଇଥିଲା । ତାଙ୍କୁ ବିନା କାରଣରେ ବରଖାସ୍ତ କରାଯାଇଥିବା କୁହାଯାଉଛି । ଗାଙ୍ଗ ରାଷ୍ଟ୍ରପତି ଜିନିପିଙ୍ଗଙ୍କର ଖୁବ ବିଶ୍ୱସ୍ତ ଥିଲେ । ହେଲେ ଏପରି ରହସ୍ୟମୟ ଭାବେ ସେ ଗାଏବ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Comments are closed.