ବେଜିଂ: ଚୀନ ହଠାତ ଦୀର୍ଘ ଦିନ ପରେ ସନ୍ତାନ ନିୟମରେ ପରିବର୍ତନ କରିଛି । ୩୬ ବର୍ଷ ପରେ ଶାସକ କମ୍ୟୁନିଷ୍ଟ ପାର୍ଟି ୩ ସନ୍ତାନ ନିୟମକୁ ଔପଚାରିକ ଭାବେ ସମର୍ଥନ କରିଛି । ଖୁବ୍ ଶୀଘ୍ର ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରାଯିବ । ଚୀନରେ ଜନସଂଖ୍ୟା ଦ୍ରୁତ ଭାବେ କମୁଥିବାରୁ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।
୧୯୮୦ରେ ଡେଙ୍ଗ ଶାଓପିଙ୍ଗଙ୍କ ସମୟରେ ଗୋଟିଏ ସନ୍ତାନ ନିୟମ ଲାଗୁ କରାଯାଇଥିଲା । ଏଥିରେ ବ୍ୟତିକ୍ରମ ହେଲେ ଦମ୍ପତିଙ୍କଠାରୁ ସରକାରୀ ସୁବିଧା ଛଡାଇ ନିଆ ଯାଉଥିଲା । କିନ୍ତୁ ନୂତନ ନିୟମରେ ସରକାର ଅଧିକ ସନ୍ତାନ ଥିବା ଦମ୍ପତିଙ୍କୁ ସରକାରୀ ସୁବିଧା ଯୋଗାଇଦେବେ ବୋଲି ଘୋଷଣା କରିଛନ୍ତି ।
Comments are closed.