Latest Odisha News

BREAKING NEWS

ଡ୍ରାଗନ ମାନିଲା, ଚୀନରେ ଅଛି ଅରୁଣାଚଳ ପ୍ରଦେଶର ନିଖୋଜ ଯୁବକ

ବେଜିଂ: ଭାରତର ଚାପ ଆଗରେ ମୁଣ୍ଡ ନୁଆଁଇଛି ଡ୍ରାଗନ । ଅରୁଣାଚଳ ପ୍ରଦେଶର ୧୭ ବର୍ଷୀୟ ନିଖୋଜ ଯୁବକ ଚୀନରେ ଥିବା ମାନିଛି ଡ୍ରାଗନ ସେନା । ତେଜପୁରରେ ଲେଫଟନାଂଟ କର୍ଣ୍ଣେଲ ହର୍ଷବର୍ଦ୍ଧନ ପାଣ୍ଡେ କହିଛନ୍ତି ଯେ, ଚୀନ ଆର୍ମି ପାଖରେ ନିଖୋଜ ଯୁବକ ଅଛନ୍ତି ଏବଂ ତାଙ୍କୁ ପଠାଇବା ପାଇଁ ବିଧିବଦ୍ଧ ବ୍ୟବସ୍ଥା ଗ୍ରହଣ କରାଯାଉଛି । ପୂର୍ବରୁ ପିଏଲଏ ଏହି ଖବରକୁ ଖଣ୍ଡନ କରି ଆସୁଥିଲା । ଭାରତୀୟ ସେନା ଏ ନେଇ ଯୋଗାଯୋଗ କରିବା ସହ ଏଏସଟିଡି ପ୍ରୋଟୋକଲ ଅନୁସାରେ ଫେରାଇ ଦେବା ପାଇଁ ଅନୁରୋଧ କରିଥିଲା ।

ପୂର୍ବରୁ ଅରୁଣାଚଳରୁ ସୁବନାସିରି ଅଂଚଳରୁ ୫ ବ୍ୟକ୍ତିଙ୍କୁ ଚୀନ ସେନା ଅପହରଣ କରିଥିଲା । ଗୃହ ରାଜ୍ୟମନ୍ତ୍ରୀ କିରେନ ରିଜିଜୁ ଏହି ଘଟଣା ଚୀନ ସମ୍ମୁଖରେ ଉପସ୍ଥାପନ କରିବା ପରେ ସେମାନଙ୍କୁ ଭାରତ ପଠାଇବାକୁ ବାଧ୍ୟ ହୋଇଥିଲା ।

Comments are closed, but trackbacks and pingbacks are open.