Latest Odisha News

BREAKING NEWS

ଭାରତର ପ୍ରତିଶୋଧ ‘ଅପରେସନ ସିନ୍ଦୂର’: ଚିନ୍ତାରେ ଚୀନ!

ନୂଆଦିଲ୍ଲୀ: ଶୋଇଥିଲା ପାକିସ୍ତାନ। ରାତି ଅଧରେ ପାକିସ୍ତାନର ବଛା ବଛା ୯ ସ୍ଥାନରେ ଭାରତର ଏୟାର ଷ୍ଟ୍ରାଇକ ‘ ଅପରେସନ ସିନ୍ଦୂର ‘। ପାକିସ୍ତାନ ଅଧିକୃତ କାଶ୍ମୀର ସମେତ ପଡୋଶୀ ଦେଶର ଆତଙ୍କୀ ଆଡ୍ଡା ଉପରେ ଭାରତର ହମଲା ପରେ ଏବେ ଛାନିଆ ଚୀନ। ପାକିସ୍ତାନ ପକ୍ଷରେ ବାହାରି , ଏବେ ପାକିସ୍ତାନ ଉପରେ ଯେକୌଣସି ଆକ୍ରମଣକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେବ ବୋଲି ମନ୍ତ୍ୟବ ରଖିଛି ଚୀନ।

ପହଲଗାମରେ ଏପ୍ରିଲ ୨୨ରେ ଆତଙ୍କବାଦୀ ଆକ୍ରମଣର ଜବାବରେପାକିସ୍ତାନ ଏବଂ ପିଓକେରେ ଭାରତର ସାମରିକ ଆକ୍ରମଣରେ ୮୦ରୁ ଅଧିକ ଆତଙ୍କୀଙ୍କ ଜୀବନ ଯିବା ପରେ, ଏହାକୁ ନେଇ ଏବେ ଚୀନ୍ ଚିନ୍ତିତ। ପାକିସ୍ତାନ ଏବଂ ପାକ ଅଧିକୃତ କାଶ୍ମୀର (ପିଓକେ) ଅଞ୍ଚଳକୁ ଟାର୍ଗେଟ କରି ଭାରତର ସାମ୍ପ୍ରତିକ ସାମରିକ କାର୍ଯ୍ୟାନୁଷ୍ଠାନ ଉପରେ ଚୀନ୍ ଚିନ୍ତା ପ୍ରକାଶ କରି ଉଭୟ ଦେଶକୁ ଉତ୍ତେଜନା ବୃଦ୍ଧି କରିବାରୁ ଦୂରେଇ ରହିବାକୁ ଅନୁରୋଧ କରିଛି।

ଆକ୍ରମଣର ଜବାବ ପରେ ବୁଧବାର ଦିନ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ଜଣେ ମୁଖପାତ୍ର ଭାରତର ଏଭଳି କାର୍ଯ୍ୟାନୁଷ୍ଠାନକୁ ଦୁଃଖଦ ବୋଲି ବର୍ଣ୍ଣନା କରିଛନ୍ତି ଏଥିସହିତ ସଂଯମତା ରକ୍ଷା କରିବାକୁ ଆହ୍ୱାନ ଦେଇଛନ୍ତି। କହିଛନ୍ତି, ଆମେ ଚାଲିଥିବା ପରିସ୍ଥିତି ବିଷୟରେ ଚିନ୍ତିତ। ଭାରତ ଏବଂ ପାକିସ୍ତାନ ସର୍ବଦା ପରସ୍ପରର ପଡ଼ୋଶୀ ଅଟନ୍ତି ଏବଂ ରହିବେ। ସେମାନେ ଚୀନର ପଡ଼ୋଶୀ ମଧ୍ୟ।ଚୀନ ସମସ୍ତ ପ୍ରକାରର ଆତଙ୍କବାଦକୁ ବିରୋଧ କରେ। ଆମେ ଉଭୟ ପକ୍ଷକୁ ଶାନ୍ତି ଏବଂ ସ୍ଥିରତାର ବୃହତ୍ତର ସ୍ୱାର୍ଥରେ କାର୍ଯ୍ୟ କରିବାକୁ, ଶାନ୍ତ ରହିବାକୁ, ସଂଯମତା ଅବଲମ୍ବନ କରିବାକୁ ଏବଂ ପରିସ୍ଥିତିକୁ ଆହୁରି ଜଟିଳ ନକରିବାକୁ ଅନୁରୋଧ କରୁଛୁ।

ସୂଚନାଯୋଗ୍ୟ, ସିନ୍ଦୂରର ଜବାବ ଭାରତ ‘ଅପରେସନ ସିନ୍ଦୂର’ରେ ଦେଇଛି। ଅଧିକାରୀଙ୍କ ଅନୁଯାୟୀ, “ଅପରେସନ ସିନ୍ଦୁର” ଅଧୀନରେ ପାକିସ୍ତାନ ବିରୋଧରେ ୯ ଟାର୍ଗେଟ ହୋଇଥିବା ବେଳେ, ପାକିସ୍ତାନରେ ଚାରିଟି ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରରେ ପାଞ୍ଚଟି ସ୍ଥାନରେ ଘମାଘୋଟ ଏୟାର ଷ୍ଟ୍ରାଇକ କରିଛି। ସ୍ୱାସ୍ଥ୍ୟ କେନ୍ଦ୍ର ଆଡ଼ୁ କାର୍ଯ୍ୟ କରୁଥିବା ଆତଙ୍କବାଦୀ ଶିବିର ବିଷୟରେ ଗୁଇନ୍ଦା ସୂଚନା ପାଇବା ପରେ ଭାରତୀୟ ବାୟୁସେନା ଦ୍ୱାରା ଏହି ସବୁ ସ୍ଥାନ ଉପରେ ହଙ୍କ କରାଯାଇଥିଲା । ଗତ ଏପ୍ରିଲ ୨୨ରେ ପହଲଗାମରେ ପର୍ଯ୍ୟଟକଙ୍କ ହତ୍ୟାର ପ୍ରତିଶୋଧ ସ୍ୱରୂପ କରାଯାଇଥିବା ଏହି କ୍ଷେପଣାସ୍ତ୍ର ଆକ୍ରମଣ ବିଶ୍ୱ ସ୍ତରରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ, ଲସ୍କର-ଏ-ତୈବା ଏବଂ ହିଜବୁଲ ମୁଜାହିଦ୍ଦିନର ପ୍ରମୁଖ ଭିତ୍ତିଭୂମିକୁ ତେହେସ ନେହେସ କରିଦେଇଛି।

ଟାର୍ଗେଟ କରାଯାଇଥିବା ସ୍ଥାନଗୁଡ଼ିକରେ ୨୬/୧୧ ମୁମ୍ବାଇ ଆକ୍ରମଣ ସହିତ ଜଡିତ ଲସ୍କର-ଏ-ତୈବା ତାଲିମ ଶିବିର, ଅଜମଲ କସାବର ତାଲିମ ସମେତ ଡେଭିଡ୍ ହେଡଲି ଏବଂ ତହୱୁର ରାଣା ପରିଦର୍ଶନ କରିଥିବା ମୁରିଦକେ, ପାକିସ୍ତାନର ପଞ୍ଜାବ ମୁଖ୍ୟାଳୟ ମଧ୍ୟ ଅନ୍ତର୍ଭୁକ୍ତ ଥିଲା। ୨୦୦୧ରେ ନିହତ ଅଲକାଏଦା ଆତଙ୍କବାଦୀ ଓସାମା ବିନ୍ ଲାଡେନ ସେଠାରେ ଏକ ଅତିଥି ଗୃହ ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ଦାନ କରିଥିଲା।

ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ସମୟରେ, ଭାରତୀୟ ସାମରିକ ପ୍ରତିଷ୍ଠାନ, ପାକିସ୍ତାନ ସୀମାନ୍ତରେ ସମସ୍ତ ବାୟୁ ପ୍ରତିରକ୍ଷା ୟୁନିଟକୁ ସତର୍କ ରଖାଯାଇଛି। ଅପରେସନ୍ ପରେ, ଭାରତ ଆମେରିକା, ରୁଷ, ୟୁକେ, ୟୁଏଇ ଏବଂ ସାଉଦି ଆରବ ସମେତ ଅନେକ ପ୍ରମୁଖ ଦେଶ ସହିତ ଯୋଗାଯୋଗ କରିବା ସହ ସେମାନଙ୍କୁ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ନଅଟି ଆତଙ୍କବାଦୀ ଲକ୍ଷ୍ୟସ୍ଥଳ ଉପରେ ସାମରିକ ଆକ୍ରମଣ ବିଷୟରେ ସୂଚନା ଦେଇଥିଲା।

Comments are closed.